ଖରାଦିନେ କିପରି ନେବେ ଶରୀରର ଯତ୍ନ
Khabar Odisha:Lifestyle-Odisha-Health-care-tips-for-summer
ଭୁବନେଶ୍ୱର, ଏପ୍ରିଲ ୧୨(ଖବର ଓଡ଼ିଶା):

ଗ୍ରୀଷ୍ମଋତୁ ଆରମ୍ଭ ହୋଇସାରିଛି । ସୂର‌୍ୟ୍ୟଙ୍କ ପ୍ରଖର କିରଣ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ଖରାଦିନେ ନିଜକୁ ସୁସ୍ଥ ରଖିବାକୁ କିଛି ଉପାୟ ଅବଲମ୍ବନ କରନ୍ତୁ । ଖରାଦିନେ ସାଧାରଣତଃ ଶରୀରରେ ପାଣିର ପରିମାଣ କମ୍‌ ହେଲେ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଦେଇଥାଏ। ତେଣୁ ପ୍ରତିଦିନ ୨ ଲିଟର ପାଣି ପିଇବା ଆବଶ୍ୟକ। 

ଖରା ସମୟରେ ବାହାରକୁ ଗଲେ ଛତା ଓ ପାଣି ସାଥିରେ ନେଇ ଯାଆନ୍ତୁ । ଖରାଦିନେ ଅଧିକ ମସଲା ଖାଆନ୍ତୁ ନାହିଁ। ପ୍ରଚୁର ପାଣି ଥିବା ଖାଦ୍ୟ ଖାଆନ୍ତୁ। ଯେପରିକି କାକୁଡ଼ି, ପଇଡ଼, ଅଙ୍ଗୁର, ତରଭୁଜ, ଟମାଟୋ, ଗାଜର, ବିଭିନ୍ନ ପ୍ରକାର ଜୁସ୍‌ ଆଦି ଶରୀର ପାଇଁ ଅଧିକ ଲାଭଦାୟକ । ଚା’, କଫି ଇତ୍ୟାଦି ପିଇବା କମ୍‌ କରନ୍ତୁ।

ଖରାଦିନେ ଯିବା ଆସିବା କଲା ବେଳେ ଆଖି ଉପରେ ଖରାର ପ୍ରଭାବ ସିଧାସଳଖ ପଡ଼ିଥାଏ। ତେଣୁ ବାହାରକୁ ଗଲା ବେଳେ କଳା ଚଷମା ବ୍ୟବହାର କରନ୍ତୁ। ଆଖିକୁ ଥଣ୍ଡା ପାଣିରେ ଧୋଇ କାକୁଡ଼ି କିମ୍ବା ଟମାଟୋ ଗୋଲ କରି କାଟି ଆଖି ଉପରେ ରଖନ୍ତୁ। ଏହା ଦ୍ୱାରା ଆଖିକୁ ଆରାମ ମିଳିଥାଏ।

ଖରାଦିନେ ତ୍ୱଚା ପାଇଁ ସନ୍‌ସ୍କ୍ରିନ୍‌ ଲୋସନ୍‌ ଇତ୍ୟାଦି ବ୍ୟବହାର ନକରି ଘରେ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ। ଚନ୍ଦନ ମଧ୍ୟ ବ୍ୟବହାର କରିପାରିବେ। ଆପଣ ଆଲୋବେରା ବା ଘିକୁଆଁରୀ ଲଗାଇବା ଦ୍ୱାରା ମଧ୍ୟ ଆପଣଙ୍କ ତ୍ୱଚା ଭଲ ରହିବ ।

  • Tags:

Subscribe

National International State Sports Entertainment