ଔଷଧୀୟ ଗୁଣରେ ଭରପୁର ଲବଙ୍ଗ
Khabar Odisha:Lifestyle-Odisha-Health-benefits-of-cloves
ଭୁବନେଶ୍ୱର, ଏପ୍ରିଲ ୦୧ (ଖବର ଓଡ଼ିଶା):

ସାଧାରଣତଃ ଆମେ ଲବଙ୍ଗକୁ ମସଲା ପ୍ରସ୍ତୁତ କରିବାରେ କିମ୍ବା ରୋଷେଇରେ ବ୍ୟବହାର କରିଥାଉ । ଲବଙ୍ଗରେ ଅନେକ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ତେବେ ଆସନ୍ତୁ ଜାଣିବା ଲବଙ୍ଗରେ ଦ୍ୱାରା ଶରୀରକୁ ମିଳୁଥିବା ଉପକାରିତା ବିଷୟରେ ..

ଲବଙ୍ଗ ତେଲରେ ଆଂଟିଅକ୍ସିଡେଂଟ, ରୋଗ ପ୍ରତିରୋଧୀ ସହ ଯନ୍ତ୍ରଣା ଆଦି କମାଇବାର ଗୁଣ ଭରପୁର ମାତ୍ରାରେ ଥାଏ । ଏହା ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ। ଯେତେବେଳେ ମୁଣ୍ଡ ବିନ୍ଧା ହେଉଛି ସେତେବେଳେ ପାଣିରେ ଦୁଇଟି ଲବଙ୍ଗ ଫୁଟାଇ ପାଣି ପିଅନ୍ତୁ। 

ଲବଙ୍ଗ ହଜମ ପ୍ରକ୍ରିୟାକୁ ଠିକ ପରିଚାଳିତ କରିବାରେ ସାହାଯ୍ୟ କରିବା ସହ ପେଟର ସମସ୍ୟା, ବାନ୍ତି,ଥଣ୍ଡା, କାଶ ଓ ଗଳାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ।

ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଉଥିଲେ ଲବଙ୍ଗ ତେଲକୁ ମାଲିସ କରନ୍ତୁ । ଏଥିରେ କ୍ୟାଲସିୟମ, ଓମେଗା ୩ ଏସିଡ ଏବଂ ଆଇରନ ଅଧିକ ଥିବାରୁ ଉପଷମ ଦେଇଥାଏ। ଯାହା ଫଳରେ ହାଡ ଏବଂ ଗଣ୍ଠି ସୁସ୍ଥ ରହିଥାଏ । ଲବଙ୍ଗ ଖାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ । ଦାନ୍ତ ପାଇଁ ଏହା ଅତିଉପକାରୀ । ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଦାନ୍ତ ମୂଳରେ ରଖନ୍ତୁ । ପାଟିରୁ ଦୁର୍ଗନ୍ଧ ହେଉଥିଲେ ଲବଙ୍ଗ ଖାଆନ୍ତୁ ଦେଖିବେ ପାଟି ଦୁର୍ଗନ୍ଧ କମିଯିବ ।

Subscribe

National International State Sports Entertainment