ଅତିକମ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଜୀରାଆଳୁ
Khabar Odisha:Lifestyle-Odisha-Cumin-potato-recipe
ଭୁବନେଶ୍ୱର, ମାର୍ଚ୍ଚ ୦୬(ଖବର ଓଡ଼ିଶା)

:ଆସନ୍ତୁ ଆଜି ଜୀରାଆଳୁ କିପରି ପ୍ରସ୍ତୁତ କରାଯାଏ ଜାଣିବା। ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇପାରିବେ । ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ସାମିଲ କରି ଏହି ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇ ପାରିବେ। 

ସାମଗ୍ରୀ : 

ସିଝା ଆଳୁ : ୨ଟିଗ୍ରାମ 

ଜୀରା :୧ବଡ଼ ଚାମଚ

କଞ୍ଚାଲଙ୍କା : ୨ଟି

ଭୃଷଙ୍ଗପତ୍ର : ଅଳ୍ପ

ଲୁଣ : ସ୍ୱାଦନୁସାରେ 

ଫୁଟଣ : ୧ଚାମଚ 

ହଳଦୀ ଗୁଣ୍ଡ : ୧/୩ ଚାମଚ

ଭଜା ଜୀରା ଓ ଲଙ୍କା ଗୁଣ୍ଡ : ଅଧା ଚାମଚ 

ତେଲ : ଏକ ଚାମଚ

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଆଳୁକୁ କାଟି ସିଝାଇ ନେବେ ।ତାକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ପକାଇବେ । ଗ୍ୟାସ ଅନ କରି ସେଥିରେ ଏକ କଢେଇ ବସାଇ ତେଲ ଗରମ କରନ୍ତୁ ।ସେଥିରେ ଗୋଟିଏ ଚାମଚ ଜୀରା ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ସେଥିରେ ଭୃଷଙ୍ଗପତ୍ର ପକାଇବେ । ଭାଜି ହେବା ପରେ ସେଥିରେ ସିଟା ଆଳୁକୁ ଛୋଟ ଛୋଟ ଖଣ୍ଡ କରି କଟାଯାଇଥିବା ଆଳୁ ପକାନ୍ତୁ ।ଅଳ୍ପ ଜାଳରେ ଭଲଭାବେ ଭାଜନ୍ତୁ । ସେଥିରେ ହଳଦୀ ଗୁଣ୍ଡ ,ଲୁଣ ଆଦି ପକାଇବେ । ପୁଣି ଅଳ୍ପ ସମୟ ପାଇଁ ଭାଜିବେ । ଏହା ପରେ ସେଥିରେ ଭଜା ଜୀରା ଓ ଲଙ୍କା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ପୁଣି ୩,୪ ମିନିଟ ଭାଜନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ଜୀରା ଆଳୁ । ପ୍ରସ୍ତୁତ ହୋଇଥିବା ଜୀରା ଆଳୁକୁ ଏକ ପାତ୍ରରେ ବାହାର କରି ସେଥିରେ ଅଳ୍ପ ଧନିଆପତ୍ର ପକାଇ ରଖନ୍ତୁ । ଭାତ କିମ୍ବା ରୁଟି ସହିତ ଆପଣ ଏହାକୁ ଖାଇପାରିବେ ।

Subscribe

National International State Sports Entertainment