ଶରୀର ପାଇଁ ନଡ଼ିଆ ବେଶ ଉପକାରୀ
Khabar Odisha:Lifestyle-Odisha-Benefits-of-Coconut-for-health
ଭୁବନେଶ୍ୱର, ଏପ୍ରିଲ ୦୫ (ଖବର ଓଡ଼ିଶା):

ନଡିଆରେ ଭିଟାମିନ, ମିନେରାଲ, କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ବହୁଳ ପରିମାଣରେ ରହିଛି । ଏଥିରେ ବହୁତ ମାତ୍ରାରେ ଜଳୀୟ ଅଂଶ ରହିଥାଏ । ନଡ଼ିଆ ଆପଣଙ୍କ ଶରୀରକୁ କଣ କଣ ରୋଗରୁ ମୁକ୍ତି କରିପାରିବ ଆସନ୍ତୁ ଜାଣିବା ..

ନଡ଼ିଆ ଖାଇବା ଦ୍ୱାରା  କୋଷ୍ଟକାଠିନ୍ୟ ଭଳି କଷ୍ଟକର ରୋଗରୁ ମୁକ୍ି ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ ରଖିବା ସହିତ ପେଟ ଥଣ୍ଡା ରଖିଥାଏ । ନଡିଆ ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ । ନଡିଆ ଖାଇବା ଦ୍ୱାରା ବହୁ ପ୍ରକାର ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ । ନଡିଆ ଖାଇବା ଦ୍ୱାରା କେଶ ଓ ଚର୍ମ ରେ ସମସ୍ୟା ଦେଖାଦିଏ ନାହିଁ । ଖରାଦିନେ ନାକରୁ ରକ୍ତ ବାହାରୁଥିଲେ ସାମାନ୍ୟ ମିଶିରି ସହ ନଡିଆର ଖାଇଲେ ଏଥିରୁ ମୁକ୍ତି ପାଇପାରିବେ ।

ନଡିଆ ଖାଇବା ଦ୍ୱାରା ଫୁସଫୁସ ମଧ୍ୟ ସୁସ୍ଥ ରହିଥାଏ । ଏହା ଆଣ୍ଟିବାୟୋଟିକର ମଧ୍ୟ କାମ କରିଥାଏ, ଯାହା ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ଦୂର କରିଥାଏ ।

ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ନଡ଼ିଆ ପାଣି ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଏହା ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ । ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ହେବାର ଆଶଙ୍କା କମ୍ ଥାଏ। 

ନଡ଼ିଆରେ ସ୍ନେହସାର ଥିବାରୁ ଏହା ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ । ନଡ଼ିଆ ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ମଧ୍ୟ ସୁନ୍ଦର ହୋଇପାରିବ ।

Subscribe

National International State Sports Entertainment