ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମଲାଇ କୁଲଫି
Khabar Odisha:Lifestyle-Odisha-Badam-aur-gulkand-ki-kulfi-Recipe
ଭୁବନେଶ୍ୱର, ମାର୍ଚ୍ଚ ୨୯(ଖବର ଓଡ଼ିଶା):

ଖରାଦିନ ଆସିଗଲାଣି । ବାହାରକୁ ଗଲେ ଆମକୁ କିଛି ନା କିଛି ମୃଦୁପାନୀୟ କିମ୍ବା ଆଇସକ୍ରିମ ଖାଇବାକୁ ମନ ହୁଏ । ଆଜି ଘରେ ମଲାଇ କୁଲଫି କିପରି ପ୍ରସ୍ତୁତ କରାଯାଏ ଜାଣିବା ଆସନ୍ତୁ ..

ସାମଗ୍ରୀ:

ବାଦାମ : ୨୦୦ଗ୍ରାମ

କ୍ଷୀର :୫୦୦ମିଲି

ଖୁଆ : ୮୦ଗ୍ରାମ

ଚିନି :୭୦ ଗ୍ରାମ

କେସର : ଅଳ୍ପ

ଗୋଲାପ ପାଖୁଡ଼ା : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ : 

ମଲାଇ କୁଲଫ ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ବାଦାମ ଭିଜାଇ ଦେବେ । ଏହା ପରେ ବାଦାମର ଚୋପା ବାହର କରିଦିଅନ୍ତୁ । ସେଥିରୁ ଅଳ୍ପ ବାଦାମ ଅଲଗା ରଖି ୮୦ ପ୍ରତିଶତକୁ ପେଷ୍ଟ କରିଦିଅନ୍ତୁ । ପାଣିରେ ଗୋଲାପ ପାଖୁଡ଼ାକୁ ଭିଜାଇ ଦିଅନ୍ତୁ । ଏହା ପରେ ଏକ କଢେଇ ବସାଇ ସେଥିରେ ଚିନି ଓ ଗୋଲାପ ପାଖୁଡ଼ା ପକାଇ ଗୋଲ୍ଡେନ ହେବା ଯାଏଁ ଭାଜନ୍ତୁ । ଏହା ପରେ ଏକ ପାତ୍ରରେ କ୍ଷୀରକୁ ଗରମ କରନ୍ତୁ । ସେଥିରେ କେସର ପକାନ୍ତୁ । କ୍ଷୀରକୁ କମ ଜାଳରେ ସିଝାନ୍ତୁ । ଏହା ପରେ କ୍ଷୀରରେ ଖୁଆ , ବାଦାମ ପେଷ୍ଟ ,ଚିନି ପକାଇ ଗୋଳାନ୍ତୁ । ମିଶ୍ରଣଟି ଅଳ୍ପ ମୋଟା ହେବା ପରେ ଏହାକୁ କୁଲଫି କେସରେ ପକାନ୍ତୁ । ସେଥିରେ ଗୋଲାପ ପତ୍ର ଭଜା ଓ କଟା ବାଦାମ ପକାନ୍ତୁ ।ଏବଂ ଏହାକୁ ଫ୍ରିଜରରେ ଆଇସ ହେବାକୁ ରଖିଦିଅନ୍ତୁ । ଏହା ପରେ ୪,୫ ଘଣ୍ଟା ପରେ ପ୍ରସ୍ତୁତ ହୋଇଯିବ ମଲାଇ କୁଲଫି । 

Subscribe

National International State Sports Entertainment