ଅଧିକ ସମୟ ଶୋଉଛନ୍ତି କି? ସାବଧାନ ! ହୋଇପାରେ ଘାତକ ରୋଗ
Khabar Odisha:Lifestyle-Health-Odisha-you-should-not-ignor-oversleeping-know-why
ଭୁବନେଶ୍ୱର ,ଫେବୃଆରୀ ୦୫(ଖବର ଓଡ଼ିଶା):

 ଆପଣ ଯଦି ଅଧିକ ସମୟ ଶୋଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ! କମ ଶୋଇବା ଭଳି ଅଧିକ ଶୋଇଲେ ମଧ୍ୟ ରୋଗର କାରଣ । ଅଧିକ ସମୟ ଶୋଇବା ଦ୍ୱାରା ଏପରି କିଛି ରୋଗ ହୋଇପାରେ ଯାହା ଆପଣ କେବେ ଭାବି ବି ନଥିବେ । ଅଧିକ ନିଦ୍ରା ଆସିବା ମସ୍ତିଷ୍କ ବିକୃତ ହେବାର ଏକ କାରଣ ।

ଅଧିକ ସମୟ ଶୋଇବା ମସ୍ତିଷ୍କବିକୃତ ସମସ୍ୟା ହୁଏ ଯେପରିକି ଡିପ୍ରେସନକୁ ଯିବା । କମ ନିଦ୍ରା ଭଳି ଅଧିକ ନିଦ୍ରା ମଧ୍ୟ ଅନେକ ଘାତକ ରୋଗର କାରଣ ହୋଇଥାଏ । ଅଧିକ ସମୟ ଶୋଇବା ଦ୍ୱାରା ହୃଦ ରୋଗରେ ମଧ୍ୟ ପୀଡ଼ିତ ହୋଇପାରନ୍ତି । ଡାଇବେଜିସ ମଧ୍ୟ ହୋଇପାରେ । ଏହା ଛଡ଼ା ଅଧିକ ସମୟ ଶୋଇବା ଦ୍ୱାରା ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ ।

କେତେ ସମୟ ଶୋଇବା ଉଚିତ :

ଡାକ୍ତରଙ୍କ କହିବାନୁଯାୟୀ ମନୁଷ୍ୟକୁ ସାତରୁ ଆଠ ଘଣ୍ଟା ଶୋଇବା ଉଚିତ । ପ୍ରତିଟି ବ୍ୟକ୍ତିଙ୍କର ଶୋଇବା ସମୟ ଭିନ୍ନ ଭିନ୍ନ ରହିଛି। ତେଣୁ କିଏ କେତେବେଳେ ଶୋଇବ ତାହା କୌଣସି ନିର୍ଦ୍ଧିଷ୍ଟ ସମୟ ବାହାର କରାଯାଇନାହିଁ । ମନୁଷ୍ୟକୁ ନିଜ ବୟସ ଅନୁଯାୟୀ ନିଦ୍ରାଯାପନ କରିବା ଉଚିତ ।

ଆପଣ ଯେତେ ସତେଜ ଅନୁଭବ କରୁଥିବେ ସେତେ ଭଲ ନିଦ ଆସିବ । ଏହିପରି କୋଡ଼ିଏ  ବର୍ଷ ବୟସରେ ସାତରୁ ଆଠ ଘଣ୍ଟା ନିଦ୍ରା ନେବା ଭଲ । କାରଣ ଯୁବାବର୍ଗଙ୍କ ଶରୀର ଅଧିକ ସକ୍ରିୟ ଥାଏ ଯାହା ବୃଦ୍ଧ ହେବା ବେଳେ କମ ହୋଇଯାଏ ।

Subscribe

National International State Sports Entertainment