ଜାଣନ୍ତୁ କିପର ପ୍ରପୋଜ ଡେରେ କରିବେ ପ୍ରେମ ନିବେଦନ
Khabar Odisha:LifeStyle-Odisha-Propose-day
ଭୁବନେଶ୍ୱର ,ଫେବୃଆରୀ ୦୮(ଖବର ଓଡ଼ିଶା):

 ଭାଲେନଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଆଜି ଭାଲେନଟାଇନ ସପ୍ତାହର ଦିନ ଦ୍ୱିତୀୟ ଦିନ। ପ୍ରେମୀଯୁଗଳମାନେ ଏହାକୁ ନେଇ ବହୁତ ଖୁସି ଥାଆନ୍ତି । ଏହି ଦିନଟିକୁ ପ୍ରପୋଜ  ଡେ ଭାବରେ ପାଳନ କରାଯାଏ । ଏହି ଦିନପାଇଁ ଯୁବକଯୁବତୀ ଅନେକ ପ୍ଲାନିଂ ମଧ୍ୟ ରଖିଥାନ୍ତି । ଆପଣ ମଧ୍ୟ ଭାବୁଥିବେ ଆପଣଙ୍କ ପାର୍ଟନରକୁ କିପରି ପ୍ରପୋଜ କରିବେ ଓ ତାଙ୍କୁ ସ୍ପେସିଆଲ ଫିଲ କରାଇବା ପାଇଁ ଚାହୁଁଥିବେ ।

ଆପଣ ମଧ୍ୟ ଜାଣିଲେ ହସ ରୋକି ପାରିବେ ନାହିଁ କାରଣ ଭାରତର ଯୁବାବର୍ଗ ଇଣ୍ଟରନେଟରେ ଝିଅଙ୍କୁ କିପରି ପ୍ରପୋଜ କରିବେ ସର୍ଚ୍ଚ କରୁଛନ୍ତି । ପ୍ରପୋଜ କରିବାର ଅନେକ ଶୈଳୀ ରହିଛି । ଏବେ ପ୍ରାୟତଃ ଯୁବଗୋଷ୍ଠୀ ଭିଡ଼ିଓ ମେକିଙ୍ଗ ଆପରେ ଫୋଟ ଭିଡ଼ିଓ କରିବା ସହ ହାତ ତିଆରି କାର୍ଡ଼ ଓ ଉପହାର ଦେଇ ନିଜ ପ୍ରେମ ନିବେଦନ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଯଦି ନିଜ ଭଲ ପାଇବାକୁକୁ ସିଧା ଭାବେ କହିପାରୁ ନାହାନ୍ତି ତେବେ ଅଡ଼ିଓ ରେକର୍ଡ଼ କରି ପଠାନ୍ତୁ ନିଜ ମନର ମଣିଷକୁ । ଦେଖିବେ ସେ ଖୁସି ହେବେ, ଏହା ଦ୍ୱାରା ଆପଣଙ୍କ ପ୍ରେମର ସଫଳ ହେବ।  

Subscribe

National International State Sports Entertainment