ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଯୁବକ ମୃତ
Khabar Odisha:youth-drown-during-immersion
ଯାଜପୁର, ଅକ୍ଟୋବର ୧୦ (ଖବର ଓଡ଼ିଶା):

ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗାଁରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ହେଉଛନ୍ତି ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗାଁର ଦେବାଶିଷ ଜେନା ।

ଗତକାଲି ଦୁର୍ଗା ମୂର୍ତ୍ତି ବିସର୍ଜନ ଚାଲିଥିଲା । ଦେବାଶିଷ ଦୁବେଇ ଗଣ୍ଡାକୁ ବିସର୍ଜନ କରିବାକୁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ବେଳେ ସେ ପାଣିରେ ବୁଡ଼ି ଯାଇଥିଲେ । ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷ ନିଖୋଜ ଥିବା ଜାଣିବା ପରେ ସାଙ୍ଗସାଥୀମାନେ ପାଣିରେ ଖୋଜିଥିଲେ । ଏହା ପରେ ଦମକଳ ବାହିନୀ ବହୁତ ଖୋଜାଖୋଜି କରିବା ପରେ ଦେବାଶିଷଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

  • Tags:

Subscribe

National International State Sports Entertainment