ଦୁଇଟି ବାଇକ୍‌କୁ ପିଟିଲା ଟ୍ରକ୍‌: ୨ ମୃତ, ୨ ଗୁରୁତର
Khabar Odisha:truck-hits-two-bikes-in-dhenkanal
ଢେଙ୍କାନାଳ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଢେଙ୍କାନାଳରେ ଗୋଟିଏ ସିରିଜ୍‌ ଦୁର୍ଘଟଣା କରିଛି । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ଶକ୍ତି ସୁଗାର କାରଖାନା ନିକଟରେ ଟ୍ରକ୍‌ଟି ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଏହା ପରେ କୋରିଆଁ ଛକରେ ପୁଣି ଏକ ବାଇକ୍‌ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ୨ ଟି ମୃତ ଦେହ ପଡ଼ି ରହିଥିବାରୁ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶତାଧିକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି । ଲୋକମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଛନ୍ତି । 

  • Tags:

Subscribe

National International State Sports Entertainment