ଦୋକାନ ବଜାର ନ ଖୋଲିବାକୁ ଧମକାଉଥିଲା ଆତଙ୍କବାଦୀ ଆସିଫ୍: ଜାମ୍ମୁ ଓ କଶ୍ମୀର ଡିଜିପି
Khabar Odisha:terrorist-asif-had-created-a-lot-of-terror-in-sopore-says-jammu-and-kashmir-dgp-dilbag-singh
ଜାମ୍ମୁ ଓ କଶ୍ମୀର, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ସୁରକ୍ଷାବାହିନୀଙ୍କୁ ଆଜି ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି । ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆସିଫ୍‌ ନିହତ ହୋଇଛି । ଗଲା ଏକ ମାସ ହେଲା ଆତଙ୍କୀ ଆସିଫ୍‌ ଜାମ୍ମୁ ଓ କଶ୍ମୀରରେ ଆତଙ୍କ ଚଳାଇଥିଲା । ଦୋକାନ ବଜାର ନ ଖୋଲିବାକୁ ଲୋକଙ୍କୁ ଧମକାଉଥିଲା ବୋଲି ଡିଜିପି ଦିଲବାଗ ସିଂହ କହିଛନ୍ତି । ତେବେ ଜାମ୍ମୁ ଓ କଶ୍ମୀର ୯୦ ପ୍ରତିଶତ ଅଂଚଳରେ ସ୍ଥିତି ସ୍ୱାଭାବିକ ହୋଇଥିବାବେଳେ ଶତ ପ୍ରତିଶତ ଟେଲିଫୋନ୍‌ ସେବା କାର‌୍ୟ୍ୟ କରୁଥିବା ଡିଜିପି କହିଛନ୍ତି ।

ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୋପୋର ଅଂଚଳରେ ଦୁର୍ଦ୍ଦାନ୍ତ ଆତଙ୍କୀ ଆସିଫ୍ ଆତଙ୍କରାଜ ଖେଳାଇଥିଲା । ଗଲା ଏକ ମାସ ହେଲାଣି ଆସିଫ ଅଧିକ ସକ୍ରିୟ ହୋଇପଡ଼ିଥିଲା । ଦୋକାନ ବଜାର ନ ଖୋଲିବାକୁ ଲୋକଙ୍କୁ ଧମକାଉ ଥିଲା । ବିଶେଷ କରି ତାଟାର୍ଗେଟରେ ଫଳ ବିକ୍ରେତା ମାନେ ଥିଲେ । ଲସ୍କର-ଇ-ତୋଇବା ଟପ୍‌ ଆତଙ୍କବାଦୀ ଆସିଫ ନିହତ ହୋଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି । ଏହି ଗୁଳି ବିନିମୟ ସମୟରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ ଓ କଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯାଇଛି । ଜମ୍ମୁର ସମସ୍ତ ୧୦ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇଛି । ସବୁ ସ୍କୁଲ, କଲେଜ ଖୋଲିଛି ଓ ଟେଲିଫୋନ୍‌ ଏକ୍ସଚେଞ୍ଜ କାର‌୍ୟ୍ୟକ୍ଷମ ହୋଇଛି । ଜାମ୍ମୁ ଓ କଶ୍ମୀର ୯୦ ପ୍ରତିଶତ ଅଂଚଳରେ ସ୍ଥିତି ସ୍ୱାଭାବିକ ହୋଇଥିବାବେଳେ ଶତ ପ୍ରତିଶତ ଟେଲିଫୋନ୍‌ ସେବା କାର‌୍ୟ୍ୟ କରୁଛି । ଲେହ ଓ କାର୍ଗିଲ ସ୍ଥିତି ବି ସ୍ୱାଭାବିକ ହୋଇଥିବା କହିଛନ୍ତି ଦିଲବାଗ । 

  • Tags:

Subscribe

National International State Sports Entertainment