ପାଟକୁରା ମହାସମର ପାଇଁ ୪୦ ମହାରଥୀଙ୍କୁ ମଇଦାନକୁ ଓହ୍ଲାଇବ କଂଗ୍ରେସ
Khabar Odisha:state-political-odisha-congresss-preparation-for-patkura-election
ଭୁବନେଶ୍ୱର, ଜୁଲାଇ ୧୧ (ଖବର ଓଡିଶା) :

 ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ଏହି ହାଇ ଭୋଲ୍ଟେଜ୍ ଆସନରେ ଆସନ୍ତା ୨୦ରେ ନିର୍ବାଚନ ହେବାକୁ ଯାଉଛି । ଏହା ପରେ ଜୁଲାଇ ୨୪ରେ ଭୋଟ ଗଣତି ହେବ । ଏହାପରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ତେବେ ପାଟକୁରା ଆସନ ପାଇଁ ସବୁଦଳ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହି ମଧ୍ୟରେ କଂଗ୍ରେସ ପାଟକୁରା ମହାସମର ପାଇଁ ନିଜ ମହାରଥୀମାନଙ୍କୁ ପ୍ରସ୍ତୁତ କରିଛି । ତେବେ ଆଜି କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । 

ଏହି ଷ୍ଟାର ପ୍ରଚାରକ ତାଲିକା ଶୀର୍ଷରେ ରାଜ୍ୟ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଅଛନ୍ତି । ସେହିଭଳି ତାଲିକାରେ ଅନ୍ୟତମ ପିସିସି ପ୍ରଭାରୀ ଟି.ଏସ୍ ସିଂହଦେଓ ସାମିଲ ଅଛନ୍ତି । ଏତଦ୍ ବ୍ୟତୀତ ଏହି ଷ୍ଟାର ପ୍ରଚାରକ ତାଲିକାରେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରାମ ଖୁଣ୍ଟିଆ, ରୁଦ୍ର ରାଜୁ, ଶରତ ରାଉତ, ବିଶ୍ୱ ମହାନ୍ତି, ଭକ୍ତ ଦାସ, ରଞ୍ଜୀବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁକା, ତାରା ବାହିନୀପତି, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ସାମିଲ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ପାଟକୁରାର ନିର୍ବାଚନ ହେବାର ଥିଲା। ମାତ୍ର ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ନିଧନ ପରେ ଏହାକୁ ଶେଷ ପର୍ଯ୍ୟାୟରେ ଅର୍ଥାତ ମେ ୧୯ରେ କରାଯିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ମାତ୍ର ମେ ୩ରେ ବାତ୍ୟା ଫୋନି କାରଣରୁ ପାଟକୁରା ନିର୍ବାଚନ ଘୁଞ୍ଚାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଫୋନି ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦ୍ଵାରସ୍ଥ ହୋଇଥିଲେ। ଏବେ ମଇଦାନ ପ୍ରସ୍ତୁତ ଏବଂ ପ୍ରାର୍ଥୀ ମଧ୍ୟ ପ୍ରସ୍ତୁତ। ଏହି  ସିଟରେ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ନିଧନ ପରେ ତାଙ୍କର ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ହେବିଓ୍ଵେଟ୍ ନେତା ବିଜୟ ମହାପାତ୍ର। କଂଗ୍ରେସ ପକ୍ଷରୁ ଜୟନ୍ତ କୁମାର ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଫଳରେ ଏହି ଚର୍ଚ୍ଚିତ ସିଟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। 

Subscribe

National International State Sports Entertainment