ଆସନ୍ତା କାଲିଠାରୁ ଖୋଲିବ ନନ୍ଦନକାନନ
Khabar Odisha:state-odisha-nandankanan-opens-from-tomorrow
ଭୁବନେଶ୍ୱର, ମଇ ୨୦ (ଖବର ଓଡିଶା) :

 ବାତ୍ୟାର ଦୀର୍ଘ ୧୯ ଦିନ ପରେ ଆସନ୍ତା କାଲିଠାରୁ ଖୋଲିବ ନନ୍ଦନକାନନ । କେବଳ ସେତିକି ନୁହେଁ ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ମଧ୍ୟ କାଲି ଖୋଲା ରହିବ । 

ବାତ୍ୟା ଫୋନି ପରେ ସବୁ କିଛି ଏକପ୍ରକାରର ଅସ୍ତବ୍ୟସ୍ତ ହୋଇ ପଡିଥିଲା । ବାତ୍ୟାରେ ବହୁ ଗଛ ସବୁ କ୍ଷତିଗ୍ରସ୍ତ ହୋଇଯାଇଛି । ତେବେ ଫୋନିର ପ୍ରଭାବରୁ ନନ୍ଦନକାନନ ବର୍ତି ନାହିଁ । ଏହାର ପ୍ରଭାବରେ ନନ୍ଦନକାନନ, ବଟାନିକାଲ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏନଡିଆରଏଫ ଏବଂ ଓଡିଆରଏଫର ମିଳିତ ପ୍ରୟାସରେ ଏବେ ସ୍ଥିତିର ସୁଧାର ଆସିଛି । ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ ବୋଲି ସୂଚନା ମିଳିଛି । 

Subscribe

National International State Sports Entertainment