ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ରାଜ୍ୟର ୯ ସହର
Khabar Odisha:state-odisha-heat-wave-in-9-city
ଭୁବନେଶ୍ୱର, ମଇ ୨୦ (ଖବର ଓଡିଶା) :

 ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହୋଇ ଗଲାଣି ସାଧାରଣ ଜନଜୀବନ । ପ୍ରଚଣ୍ଡ ଖରାରେ ଲୋକମାନେ ଛଟପଟ ହେଉଛନ୍ତି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ଦେଖିବାକୁ ଗଲେ ପଶ୍ଚିମ ଓଡିଶାରେ ତାପମାତ୍ରା ରହିଛି ସର୍ବାଧିକ । ୯ଟି ସହରର ତାପମାତ୍ରା ରହିଛି ୪୧ ଡିଗ୍ରୀ ଉପରେ । 

ତେବେ ତାପମାତ୍ରା ତାଲିକାରେ ସର୍ବାଧିକ ରହିଛି ଟିଟିଲାଗଡ । ଏଠାରେ ୪୫.୫ ଡିଗ୍ରୀ ତାପମାତ୍ରା ରହିଛି । ସେହି ସମୟରେ ବଲାଙ୍ଗୀରରେ ୪୪, ମାଲକାନାଗିରିରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ, ଭବାନୀପାଟଣା ଓ ସୋନପୁରରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୭ ଡିଗ୍ରୀ, ଝାରସୁଗୁଡା ୪୨.୬ ଡିଗ୍ରୀ, ହୀରାକୁଦ ୪୧.୪ ଡିଗ୍ରୀ, କେନ୍ଦୁଝର ୩୯.୮ଡିଗ୍ରୀ, କଟକ ୩୮ ଡିଗ୍ରୀ, ଭୁବନେଶ୍ୱର ୩୭.୭ ଡିଗ୍ରୀ ରହିଛି । ତେବେ ଆସନ୍ତା ଦୁଇ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି । 

ପ୍ରବଳ ତାତି ଏବଂ ଗୁଳୁଗୁଳି କାରଣରୁ ଦିନରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ଦିନ ୧୦ଟାରେ ରାସ୍ତାଘାଟ ସବୁ ଶୂନଶାନ । ନିକଟରେ ହୋଇଥିବା ବାତ୍ୟା ଫୋନି ପ୍ରଭାବରେ ହଜାର ହଜାର ଗଛ ଉପୁଡିଯିବା ସହିତ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଖରା ସମୟରେ ରାସ୍ତାରେ ଛାଇ ଟିକେ ମିଳିବା ଏକ ପ୍ରକାରର ମରୀଚିକା ଭଳି ଲାଗୁଛି । କେବଳ ସେତିକି ନୁହେଁ ବାତ୍ୟାରେ ବହୁ ଲୋକଙ୍କ ମୁଣ୍ଡ ଉପରୁ ଛାତ ଉଡିଯାଇଛି । ଯାହା ଫଳରେ ସେମାନଙ୍କୁ ପ୍ରଚଣ୍ଡ ସୂର୍ଯ୍ୟତାପ ତଳେ ଜୀବନ କାଟିବାକୁ ପଡୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବହୁ ଲୋକ ଅଂଶୁଘାତର ଶୀକାର ହେଉଛନ୍ତି । ଦିନତ ଦିନ ଏଠି ରାତିରେ ରହିବା ମୁସ୍କିଲ ହୋଇ ପଡୁଛି । ଦିନ ୧୦ଟାରେ ଘରୁ ବାହାରିବା ସମୟରେ ସାଥୀରେ ଛତା, ଜୋତା ଏବଂ ପାଣି ବୋତଲ ବିନା ବାହାରିବା ଅସମ୍ଭବ ହୋଇ ପଡିଲାଣି । 

Subscribe

National International State Sports Entertainment