ବେଆଇନ ଗୁରୁକୁଳ ଆଶ୍ରମରୁ ୬୨ ଶିଶୁ ଉଦ୍ଧାର
Khabar Odisha:state-odisha-child-welfair-team-resque-62-students-in-Dhenkanal-illigal-school
ଢେଙ୍କାନାଳ, ଜୁଲାଇ ୧୧ (ଖବର ଓଡିଶା) :

 ଢେଙ୍କାନାଳ ଇରିଙ୍ଗାଝରଣରୁ ୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ବେଆଇନ ଭାବରେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମରେ ଆଜି ଚଢାଉ କରାଯାଇଥିଲା । ଏହାପରେ ସେଠାରୁ ୬୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମହର୍ଷି ସର୍ଭିସ୍ ମିଶନକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ କମିଟିର ମିଳିତ ଅପରେଶନରେ ଚଢାଉ ହୋଇଥିଲା । 

ଗତ ୨ରେ ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହି ଗୁରୁକୁଳରେ ୪୫ ଜଣ ଝିଅ ଓ ୧୭ଜଣ ପୁଅ ଅଧ୍ୟୟନ କରୁଥିଲେ । ତେବେ ଗୁରୁକୁଳ ଆଇନି ସମ୍ମତ ନୁହେଁ ବୋଲି ପର୍ଦ୍ଦାଫାସ୍ ହେବା ପରେ ଏନେଇ ବିଭାଗୀୟ ଅଧିକାରିଙ୍କୁ ପଚରାଯାଇ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏତଦ୍ ବ୍ୟତୀତ ସେହି ଛାତ୍ରଛାତ୍ରୀମାନଙ୍କୁ ଢେଙ୍କାନାଳ ମହର୍ଷି ସର୍ଭିସ୍ ମିଶନକୁ ସ୍ଥାନାନ୍ତରିତ କରାଯାଇଛି । ପରେ ସେଠାରେ ସେମାନଙ୍କ ଅଭିଭାବକଙ୍କ ସହ ପରାମର୍ଶ କ୍ରମେ ଅନ୍ୟତ୍ର ପଢିବା ପାଇଁ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । 

Subscribe

National International State Sports Entertainment