ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ୨୨ଲକ୍ଷର ସୁନା ଜବତ
Khabar Odisha:state-odisha-22gm-gold-seized-at-bhubaneswar-airport
ଭୁବନେଶ୍ୱର, ଜୁଲାଇ ୧୧ (ଖବର ଓଡିଶା) :

ଆଜି ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ହୋଇଛି । ପ୍ଲାଷ୍ଟିକ ଡବାରେ କ୍ୟାପସୁଲ ଆକାରରେ ସୁନା ଚାଲଣ କରାଯାଉଥିବା ସମୟରେ ୨ଜଣ ଚାଲଣକାରୀ ପୁଲିସ ହାବୁଡରେ ଧରା ପଡିଛନ୍ତି । 

ଭୁବନେଶ୍ୱର ବିମାନବନ୍ଦରରେ କୁଆଲାଲମ୍ପୁରରୁ ଆସିଥିବା ଚେନ୍ନାଇର ୨ଜଣ ଯାତ୍ରୀଙ୍କ ଠାରୁ ସୁନା ଜବତ କରାଯାଇଛି । ସେମାନଙ୍କ ନିକଟରୁ ସମୁଦାୟ ୬୧୨ଗ୍ରାମର ସୁନା ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୨୨ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । କ୍ୟାପସୁଲ ଆକାରରେ ୭ଟି ପ୍ଲାଷ୍ଟିକ ଡବାରେ ସୁନା ଚାଲଣ କରୁଥିଲେ । ତେବେ ଏହି ଘଟଣାର ପର୍ଦ୍ଦାଫାଶ୍ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । 

Subscribe

National International State Sports Entertainment