ଟମ ଓ୍ଵଡକ୍କନଙ୍କ ପରେ ବିଜେପିରେ ସାମିଲ ହେଲେ ଶଶି ଥରୁରଙ୍କ ମଉସା-ମାଉସୀ
Khabar Odisha:politics-odishalok-sabha-elections-2019-now-shashi-tharoors-aunt-uncle-join-bjp
କୋଚି,ମାର୍ଚ୍ଚ୧୫(ଖବର ଓଡ଼ିଶା):

କଂଗ୍ରେସ ମୁଖପାତ୍ର ଟମ ଓ୍ଵଡକ୍କନ ବିଜେପିରେ ସାମିଲ ହେବାର ଗୋଟିଏ ଦିନ ପରେ ତିରୁଅନନ୍ତପୁରମରୁ କଂଗ୍ରେସର ଲୋକସଭା ସଦସ୍ୟ ଶଶି ଥରୁରଙ୍କ ମଉସା-ମାଉସୀ ଶୁକ୍ରବାର ବିଜେପିରେ ସଦସ୍ୟତା ଗ୍ରହଣ କରିଛନ୍ତି। ଥରୁରଙ୍କ ମାଉସୀ ଶୋଭନା ଶଶିକୁମାର ଓ ତାଙ୍କ ପତି ଶଶିକୁମାର ସହିତ ଅନ୍ୟ ୧୩ ଜଣ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ ଅଧ୍ୟକ୍ଷ  ପି.ଏସ. ଶ୍ରୀଧରନ ପିଲୈ ସମସ୍ତଙ୍କୁ ପାର୍ଟିରେ ସ୍ଵାଗତ କରାଇଥିଲେ। ଏହି ଅବସରରେ ଥରୁରଙ୍କ ମଉସା-ମାଉସୀ କହିଛନ୍ତି ଯେ, ଦୀର୍ଘ ସମୟ ଧରି ସେମାନେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ଅନୁସରଣ କରୁଥିଲେ। 

ଲୋକସଭା ନିର୍ବାଚନ ୨୦୧୯ ସମୟରେ ନିର୍ବାଚନ ପୂର୍ବରୁ ଗତକାଲି କଂଗ୍ରେସ ମୁଖପାତ୍ର ଟମ୍ ଓ୍ଵଡକ୍କନ ବିଜେପିରେ ସାମିଲ ହୋଇଥିଲେ। କେରଳରେ ଶଶି ଥରୁର ବଡ଼ ନେତାଙ୍କ ମଧ୍ୟରୁ ଜଣେ। ସେ ଏବେ ତିରୁଅନନ୍ତପୁରମର ସାଂସଦ।  ଏହି ସିଟ୍ ଉପରେ ବିଜେପି ଦୀର୍ଘ ଦିନ ପୂର୍ବରୁ ନଜର ରଖି ଆସିଛି। ଏଥର ବିଜେପି ଏହି ସିଟରେ ମଜବୁତ ପ୍ରାର୍ଥୀ ଛିଡ଼ା କରାଇପାରେ। ନିକଟରେ ମିଜୋରାମ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା କୁମ୍ମାନମ ରାଜଶେଖର ଏଠାରୁ ନିର୍ବାଚନ ଲଢି ପାରନ୍ତି।

  • Tags:

Subscribe

National International State Sports Entertainment