ଓଡିଶାର ବିକାଶ ପାଇଁ ଦରକାର ବିଜେପି ସରକାର- ଆଦିତ୍ୟନାଥ
Khabar Odisha:politics-odisha-yogi-adityanath-in-odisha-anugul-targeted-bjd-and-congress
ଅନୁଗୁଳ, ଏପ୍ରିଲ ୧୫(ଖବର ଓଡିଶା):

ରାଉରକେଲା ପରେ ଅନୁଗୁଳରେ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟ କଂଗ୍ରେସ ଏବଂ ବିଜେଡିକୁ କଡା ସମାଲୋଚନା କରିଛନ୍ତି । ଏହି ଦୁଇ ଦଳ ବିକାଶରେ ବାଧକ ବୋଲି ଯୋଗୀ କହିଛନ୍ତି । 

ସେ କହିଛନ୍ତି ଯେ, ମୋଦୀଙ୍କ ମାର୍ଗଦର୍ଶନରେ ଧର୍ମେନ୍ଦ୍ର ପ୍ରଧାନ ଦେଶର ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟସ ଯୋଗାଇ ଆଖିରୁ ଲୁହ ପୋଛିଚନ୍ତି । ଜନଧନ ଯୋଜନା, ପିଏମ କିଷାନ, ଆୟୁଷ୍ମାନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜନତାଙ୍କ ବିକାଶ ହୋଇଛି । ବିଜେପି ସରକାର ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକ କରି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି । ଭାରତକୁ ଅନ୍ତରୀକ୍ଷରେ ବିଖ୍ୟାତ କରିଛି । ଭାରତର ସଂସ୍କୃତିର ସମ୍ମାନ ବଢିଛି । ଗୋଟିଏ ପଟେ ବିଜେପି ବିକାଶ କରୁଥିବା ବେଳେ କଂଗ୍ରେସ, ବିଜେଡି ଆଦି ଦଳ ଦେଶର ଅରାଜକତା ସୃଷ୍ଟି କରୁଛନ୍ତି । କଂଗ୍ରେସ ସମୟରେ ଅନେକ ଦୁର୍ନୀତି ହୋଇଛି । ବିଜେଡି ସରକାର ମଧ୍ୟ ଖଣି ଦୁର୍ନୀତି ହୋଇଛି । କିନ୍ତୁ ବିଜେପି ସରକାରରେ କିଛି ଦୁର୍ନୀତି ହୋଇନାହିଁ । କଂଗ୍ରେସର ଘୋଷଣା ପତ୍ରରେ ଆତଙ୍କବାଦୀଙ୍କ ବିରୋଧରେ କିଛି ନାହିଁ । ରାହୁଲ ଗାନ୍ଧୀ ପରାଜୟ ଭୟରେ କେରଳ ପଳାଇଛନ୍ତି । ବିଜେଡି କେବଳ କ୍ଷମତା ଲୋଭରେ ରାଜନାତି କରୁଛି । 

ଏହାସହ ସେ କହିଛନ୍ତି ଯେ, ଓଡିଶାର ଜନତା ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ଇଚ୍ଛା ରଖିଛନ୍ତି । ଯେପରି ୟୁପି ଏବଂ ତ୍ରିପୁରାରେ ପରିବର୍ତନ ହୋଇଥିଲା ଓଡିଶାରେ ମଧ୍ୟ ସେପରି ହେବ । କେନ୍ଦ୍ରରେ ମୋଦୀଙ୍କ ସହ ଓଡିଶାରେ ମଧ୍ୟ ବିଜେପି ସରକାର ହେବ ।  ଓଡିଶାରେ ରେଳବାଇ, ପେଟ୍ରୋଲିୟମ, ରାଜପଥ, ଉଡାନ ଯୋଜନା ଆଦି କାର୍ଯ୍ୟ ମୋଦୀ ସରକାର ଆଗେଇ ନେଉଛନ୍ତି ।  ଏଠାକାର ଯୁବକ କାମ କରିବା ପାଇଁ ସୁରତ, ବାଙ୍ଗାଲୋର, ମୁମ୍ବାଇ ଯାଉଛନ୍ତି । ବିଜେପି ସରକାର ହେଲେ ଏଠାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଜେପିକୁ ମିଳୁଥିବା ଭୋଟରେ ଓଡିଶାର ଯୁବକ, ମହିଳା ଏବଂ ବିକାଶ ପାଇଁ ହେବ ବୋଲି ଯୋଗୀ ନିଜ ଭାଷଣରେ କହିଛନ୍ତି ।

  • Tags:

Subscribe

National International State Sports Entertainment