ଓଡିଆ ନେତାଙ୍କ ଭାଗ୍ୟ ତାମିଲ୍ ଅଫିସରଙ୍କ ହାତରେ ! ବିଜେଡିରେ ଟିକେଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ
Khabar Odisha:politics-odisha-tamil-officer-and-bjd-leader
ଭୁବନେଶ୍ୱର, 14 ମାର୍ଚ୍ଚ (ଖବର ଓଡିଶା)-

କିଏ ପାଇବ ବିଜେଡିର ଟିକେଟ୍ ? କାହାର କଟିବ, କାହାର ନାଁ ଯୋଡିହେବ ଏହାକୁ ନେଇ ବିଜେଡି ମହଲରେ ଚାଲିଛି ଅଙ୍କକଷା  । ଟିକେଟ୍ ପାଇବା ପାଇଁ ନବୀନ ନିବାସରେ ଲମ୍ବାଲାଇନ  । କିନ୍ତୁ ଦଳର ମୁଖିଆ ପରିବର୍ତ୍ତେ ଟିକେଟ ବାଣ୍ଟିବାର ଦାୟିତ୍ୱ ନେଇଛନ୍ତି ପାଣ୍ଡିଆନ୍  । ଏପରି ଚର୍ଚ୍ଚା ବିଜେଡି ମହଲରେ ଜୋର ଧରିଛି  । ଏହି ତାମିଲ୍ ଅଫିସରଙ୍କ ନିକଟରେ ଏବେ ଓଡ଼ିଆ ନେତାମାନେ ଶରଣରେ ପସିଛନ୍ତି  । କିଏ ଟିକେଟ୍ ପାଇବ ଓ କିଏ ନ ପାଇବ ଏହାର କାଗଜ କଲମ କାମ କରୁଛନ୍ତି ଏହି ଅଫିସର ଜଣଙ୍କ  । ଏପରି ଚର୍ଚ୍ଚା ଏବେ ବିଜେଡି ମହଳରେ ଜୋର ଧରିଛି  । ଏହି ଅଣଓଡିଆ ଅଫିସଙ୍କୁ ସହଯୋଗ କରୁଛନ୍ତି ଉପକୂଳ ଅଞ୍ଚଳର ଦୁଇ ଯୁବ ବିଧାୟକ  । ଏମାନେ ଦଳର ଅଧିକାଂଶ ବିଧାୟକଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ନୂଆ ମୁହଁ ଦେବାପାଇଁ ଯୋଜନା କରିଥିବା ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି  । ଯାହାକୁ ନେଇ ଏବେ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି  । ଦଳର ଅଧିକାଂଶ ଆଶାୟୀ ନିଜ ନାଁ ଗୋପନରେ ରଖି କହିଛନ୍ତି ଯେ, କିଏ ପ୍ରାର୍ଥୀ ହେଉଛି, ନ ହେଉଛି ଏହା ମୁଖ୍ୟମନ୍ତ୍ରୀଙ୍କୁ ଅଜଣା  । ଏହି ଅଫିସରଙ୍କ ହାତରେ ଏବେ ଓଡିଆ ନେତାଙ୍କ ଭାଗ୍ୟ  ।

  • Tags:

Subscribe

National International State Sports Entertainment