ନବ ନିର୍ବାଚିତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ- ଲୋକଙ୍କୁ ଗୁରୁତ୍ୱ, କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର
Khabar Odisha:political-state-odisha-naveen-pattanaik-advised-to-the-new-mla-candidate
ଭୁବନେଶ୍ୱର, ମଇ ୨୬ (ଖବର ଓଡିଶା) :

 ଚଳିତ ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେଡି ସରକାର ପ୍ରଚଣ୍ଡ ବହୁମତ ହାସଲ କରି ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି । ଏବେ ଦଳର ବିଧାୟକ ନେତା ନିର୍ବାଚିତ ହେବା ପରେ ନବୀନ ପ୍ରତିକ୍ରିୟା ରଖିଛନ୍ତି । ସେ ନବ ନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି । ବିଧାୟକ ଦଳର ନେତାମାନେ ତାଙ୍କୁ ନିର୍ବାଚିତ କରିଥିବାରୁ ନବୀନ କୃତଜ୍ଞତା ଜ୍ଞାପନ କରିଛନ୍ତି । 

ନବୀନ କହିଛନ୍ତି କି, ସାଢେ ୪କୋଟି ଓଡିଶାବାସୀ ପୁଣି ଥରେ ବିଜେଡି ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ୫ମ ଥର ପାଇଁ ଶାସନରେ ଆସିବାକୁ ଆର୍ଶୀବାଦ କରିଛନ୍ତି ।  ତେଣୁ ଆମକୁ କଠିନ ପରିଶ୍ରମ କରି ଲୋକଙ୍କ ବିଶ୍ୱାସକୁ ସମ୍ମାନ ଦେବାକୁ ପଡିବ । 

ଏତଦ୍ ବ୍ୟତୀତ ବିଜେଡିର ନିରବଚ୍ଛିନ୍ନ ସଫଳତାର ରହସ୍ୟ ନେଇ ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଲୋକଙ୍କୁ ଗୁରୁତ୍ୱ, କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର । ଲୋକଙ୍କ ସେବାକୁ ଗୁରୁତ୍ୱ ଦେଲେ ରାଜନୀତି ଅସାଧ୍ୟ ହୁଏ ନାହିଁ । ସେ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଥିବା ବିଧାୟକଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି ଏବଂ କହିଛନ୍ତି, ସର୍ବଦା ଏକ ସରଳ ଓ ନିରାଡମ୍ବର ଜୀବନ ଯାପନ କର । ତୁମେ ସରଳ ହେଲେ ଲୋକମାନେ ତୁମର ନିକଟତର ହେବେ । 

Subscribe

National International State Sports Entertainment