ପୋଲିସ୍ ଯୋଗୁଁ ଗଲା ଦିବ୍ୟାଙ୍ଗଙ୍କ ଜୀବନ, ଉତ୍ୟକ୍ତ ଲୋକ ପୋଡିଲେ ପୋଲିସ୍ ଭ୍ୟାନ
Khabar Odisha:people-burn-police-van-in-bhadrak

ଭଦ୍ରକ୍‌, ଜାନୁଆରୀ ୧୩ (ଖବର ଓଡ଼ିଶା): ପୋଲିସ୍ ଯୋଗୁ ଗଲା ଦିବ୍ୟାଙ୍ଗଙ୍କ ଜୀବନ । ଏଭଳି ସାଂଘାତିକ୍ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ହାତୁଆରି ଗ୍ରାମରୁ ।

ଗ୍ରାମର ବାପି ମହାଳିକ ନାମକ ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା । ସୂଚନା ଅନୁସାରେ ବାପି ମହାଳିକ ଜନ୍ମରୁ ମୁକ ହୋଇଥିବା ବେଳେ ଆଜି କୌଣସି କାର୍ଯ୍ୟ ପାଖ ଗାଁରେ ଥିବା ତାଙ୍କ ଭଉଣୀ ଘରକୁ ଯାଉଥିବା ସମୟରେ ତାଙ୍କୁ ପୋଲିସ୍ ହଠାତ୍ ଗୋଡାଇବା ଆରମ୍ଭ କରିଥିଲା । ଅନ୍ୟପଟେ ବାପି ପୋଲିସ୍ ଭୟରେ ପଳାଇଯିବାକୁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟରେ ଏକ ପୋଖରୀରେ ଖସି ପଡିଥିଲେ ।

ହେଲେ ବିଡମ୍ବନାର କଥା ହେଉଛି ଯେ ଦିବ୍ୟାଙ୍ଗ ଯୁବକ ଜଣକ ପୋଖରୀରେ ପଡି ଯିବାର ଦେଖି ମଧ୍ୟ ପୋଲିସ୍ ବାପିଙ୍କୁ ପୋଖରୀରୁ ଉଦ୍ଧାର ନକରି ପଳାଇ ଯାଇଥିଲା ଯାହା ଫଳରେ ଦୀର୍ଘ ସମୟରେ ପାଣି ବୁଡି ରହି ତାଙ୍କ ମୃତ୍ୟୁ ହୋଇଥିଲା ।

ଯୁବକ ଜଣଙ୍କ ମୂକ ହୋଇଥିବାରୁ ସାହାର୍ଯ୍ୟ ପାଇଁ କାହାକୁ ପାଟି ଖୋଲି ଡାକି ପାରିନଥିଲେ ଯାହା ଫଳରେ ଅସହାୟ ଅବସ୍ଥାରେ ତାଙ୍କ ଜୀବନ ଚାଲିଗଲା ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ତିହିଡି ଥାନାରେ ଅଭିଯୋଗ କରାଯାଇଛି ।

ଅନ୍ୟପଟେ ପୋଲିସ୍ କୋଇଲା ଚୋରିକୁ କେନ୍ଦ୍ର କରି ବାପି ମହାଳିକଙ୍‌କୁ ଧରିବାକୁ ଚେଷ୍ଟା କରୁଥିଲା ବୋଲି ପୋଲିସ୍ ପକ୍ଷରୁ ସଫେଇ ଦିଆଯାଇଥିଲେ ବି ଉତ୍ତେଜିତ ଗ୍ରାମବାସୀ ପୋଲିସ୍ ଭ୍ୟାନ ପୋଡି ଦେଇଥିବା ସୂଚନା ମିଳିଛି ।

ଏଥି ସହିତ ଗାଁର ଲୋକମାନେ ସେହି ପୋଲିସ୍ କର୍ମଚାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରି ବସିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment