ପରାଜୟ ବରଣ କରିବା ପରେ ଉପେନ୍ଦ୍ର କୁଶବାହଙ୍କୁ ଡବଲ ଝଟକା, ଜେଡିୟୁରେ ସାମିଲ ହେଲେ ୨ ବିଧାୟକ
Khabar Odisha:national-political-odisha-lok-sabha-chunav-2019-upendra-kushwaha-rlsp-merge-with-nitish-kumars-jdu
ନୂଆଦିଲ୍ଲୀ, ମଇ ୨୬ (ଖବର ଓଡିଶା) :

ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ବିହାରର ଉପେନ୍ଦ୍ର କୁଶବାହଙ୍କୁ ଡବଲ ଝଟକା ଲାଗିଛି । ବିଧାନସଭାରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅସ୍ତିତ୍ୱ ସମାପ୍ତ ହୋଇଯାଇଛି । ଏହି ଦଳର ୨ଜଣ ବିଧାୟକ ଲଲନ ପାସବାନ ଏବଂ ସୁଧାଂଶୁ ଶେଖର ନୀତିଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇ ଦଳର ବିଲୟ କରିଛନ୍ତି । 

ବିହାରର ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ସମୁଦାୟ ୨ଜଣ ବିଧାୟକ ଥିଲେ । ଚଳିତ ନିର୍ବାଚନରେ ଦଳର ନିରାଶଜନକ ପ୍ରଦର୍ଶନ କାରଣରୁ ଏହି ଦୁଇ ବିଧାୟକ ଦଳ ପରିବର୍ତନ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହ ଅସନ୍ତୋଷ ପ୍ରକାଶ କରି କୁଶବାହ ଏନଡିଏ ସହ ସମ୍ପର୍କ ବିଚ୍ଛିନ୍ନ କରିଥିଲେ । ଏହା ପରେ ରାଲୋସପା ମହାମେଂଟ କରି ମଇଦାନରେ ଓହ୍ଲାଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ଦଳ ନିରାଶଜନକ ଭାବରେ ଅସଫଳ ହୋଇଛି । 

Subscribe

National International State Sports Entertainment