ମୋଦିଙ୍କ କ୍ଲିନ ସ୍ୱିପ ପରେ ବଦଳିଲା ପାକିସ୍ତାନର ସ୍ୱର, କହିଲା ଆମେ ଏହି କାମ କରିବାକୁ ପ୍ରସ୍ତୁତ ।
Khabar Odisha:national-odisha-pakistan-ready-to-hold-talks-with-new-indian-government-for-resolving-issues
ନୂଆଦିଲ୍ଲୀ, ମେ ୨୬(ଖବର ଓଡିଶା):

ଲୋକସଭା ନିର୍ବାଚନ ୨୦୧୯ରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଦ୍ୱିତୀୟଥର ପାଇଁ ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ଥିର ହୋଇଯାଇଛି । ମୋଦିଙ୍କ ବଡ ବିଜୟ ପରେ ପାକିସ୍ତାର ସ୍ୱର ବଦଳି ଯାଇଛି, ପୂର୍ବ ଅପେକ୍ଷା ନରମ ପଡିଛି ପାକିସ୍ତାନର ସ୍ୱର । ଲଗାତାର ଭାବେ ଅସ୍ତ୍ରବିରତି ଉଲଂଘନ ଓ ଉକସାଇବା ଭଳି ବୟାନ ଦେଉଥିବା ପାକିସ୍ତାନ ଏବେ କହିଛି ଯେ, ସେ ଭାରତର ନୂଆ ସରକାରର ସହିତ ସମସ୍ତ ମୁଦ୍ଦା ଉପରେ କଥା ହେବାକୁ ପ୍ରସ୍ତୁତ ରହିଛି । 

ମୁଲ୍ତାନରୋ ଇଫ୍ତାର ପାର୍ଟୀ ସମୟରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମୁଦ କୁରେଶୀ କହିଥିଲେ ଯେ, ଉଭୟ କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ପାଇଁ ଭାରତ-ପାକିସ୍ତାନକୁ ଗୋଟିଏ ଟେବୁଲରେ ବସି ଦୁଇ ଦେଶ ମଧ୍ୟରେ ରହିଥିବା ମୁଦ୍ଦାଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିବାକଥା । 

ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକସଭା ନିର୍ବାଚନରେ ଦମେ୍‌ଦାର ବିଜୟ ପାଇଁ ବଧେଇ ଜଣାଇଥିଲେ । ସେ ମଧ୍ୟ ଶାନ୍ତି ଓ ପ୍ରଗତି ପାଇଁ ଭାରତ ସହିତ ମିଶି କାମ କରିବା ପାଇଁ ଇଚ୍ଛା ଜାହିର କରିଥିଲେ । ଏହା ପୂର୍ବରୁ ଏପ୍ରିଲ ମାସରେ ସେ କହିଥିଲେ ଯେ, ଯଦି ଭାରତର ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ପୁଣିଥରେ ଜିତନ୍ତି, ତେବେ ଏଥିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟାର ରୂପରେଖ ମିଳିବ । ଏହା ସହିତ କାଶ୍ମୀର ମୁଦ୍ଦା ମଧ୍ୟ ସମାଧାନ ହୋଇପାରିବ ବୋଲି ସେ କହିଥିଲେ । 

 ସୂଚନାଯୋଗ୍ୟ ଯେ, ୧୪ ଫେବ୍ରୁଆରୀରେ ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଲାଗିରହିଛି । ଏହି ଆକ୍ରମଣରେ ସିଆରପିଏଫ୍‌ର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ ଏବଂ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଆତଙ୍କି ସଂଗଠନ ଜୈସ-ଇ-ମହମ୍ମଦ । 

Subscribe

National International State Sports Entertainment