୩୦ରୁ ମୋଦିଙ୍କ ଦ୍ୱିତୀୟ ଇନିଂସ, ରାଷ୍ଟ୍ରପତି ଭବନରେ ନେବେ ଶପଥ
Khabar Odisha:national-odisha-narendra-modi-taking-oath-as-prime-minister-of-India-on-30th-may-for-second-time
ନୂଆଦିଲ୍ଲୀ, ମେ ୨୬(ଖବର ଓଡିଶା):

ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏନଡିଏର ସର୍ବସମ୍ମତି କ୍ରମେ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ରାଷ୍ଟ୍ରପରି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ । ଏହାପରେ ନୂତନ ସରକାର ଗଠନ କରିବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । 

ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ମିଳିଥିବା ସୂଚନା ଅନୁଯାୟୀ ମୋଦିହ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ । ମେ ୩୦ ତାରିଖ ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ରଖାଯାଇଛି । ନରେନ୍ଦ୍ର ମୋଦିଙ୍କୁ ୩୫୩ ଜଣ ସାଂସଦଙ୍କର ସମର୍ଥନ ମିଳିଛି । 

Subscribe

National International State Sports Entertainment