କମଲ ହାସନଙ୍କୁ ହାଇକୋର୍ଟଙ୍କ କଡା ଭତ୍ସନା, କହିଲେ- ଲୋକଙ୍କ ମଧ୍ୟରେ ଘୃଣାର ମଞ୍ଜି ବୁଣନ୍ତୁ ନାହିଁ
Khabar Odisha:national-odisha-madras-high-court-reprimand-kamal-haasan-for-his-remark-on-hindu-terrorism-gave-anticipatory-bail
ମଦୁରାଇ, ମଇ ୨୦ (ଖବର ଓଡିଶା) :

ମାଡ୍ରାସ ହାଇକୋର୍ଟ ଅଭିନେତା ଏବଂ ନେତା କମଲ ହାସନଙ୍କୁ ତାଙ୍କର ହିନ୍ଦୁ ଚରମପନ୍ଥୀ ଟିପ୍ପଣୀକୁ ନେଇ କଡା ଭତ୍ସନା କରିଛନ୍ତି । ଅଦାଲତ କହିଛନ୍ତି କି, ଜଣେ ଅପରାଧୀର ପରିଚୟ ତାହାର ଜାତି, ଧର୍ମରୁ ହୋଇ ନଥାଏ । ତେଣୁ ଆପଣ ଲୋକଙ୍କ ମଧ୍ୟରେ ଘୃଣାର ମଞ୍ଜି ବୁଣନ୍ତୁ ନାହିଁ । ମଦୁରାଇ ପୀଠର ନ୍ୟାୟଧୀଶ ଆର ପୁଗଲେନ୍ଧୀ ଏକ ନିର୍ବାଚନୀ ରାଲିରେ କମଲ ହାସନଙ୍କ ତରଫରୁ କରାଯାଇଥିବା ବିବାଦିତ ଟିପ୍ପଣୀକୁ ନେଇ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଅନ୍ତରିଣ ଜାମିନ ଦେଇ କହିଛନ୍ତି କି, ଘୃଣାରେ ଭରିଥିବା ଭାଷଣ ଦେବା ଆଜି କାଲି ସାଧାରଣ କଥା ହୋଇ ଗଲାଣି । 

 ମକ୍କଲ ନିଧି ମୟମର ସଂସ୍ଥାପକ ହାସନ କହିଥିଲେ କି, ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ହେଉଛନ୍ତି ନାଥୁରାମ ଗଡସେ । ସେ ଜଣେ ହିନ୍ଦୁ ଥିଲେ । ଏହା ପରେ ତାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ବିଜେପି ତାଙ୍କ ବିରୁଧରେ ତାମିଲନାଡୁ ଏବଂ ନୂଆ ଦିଲ୍ଲୀରେ ମାମଲା ରୁଜୁ କରିଥିଲା । ତେବେ ଅଦାଲତ ତାଙ୍କୁ ଜାମିନ ଦେବା ସମୟରେ କହିଛନ୍ତି କି, ଏକ ନିଆଁ ଝୁଲରୁ ଜଙ୍ଗଲ ପୋଡି ଯାଇପାରେ । ନିର୍ବାଚନ ସଭା ସାଧାରଣ ଲୋକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଏ । 

ନ୍ୟାୟାଧୀଶ ପୁଗଲେନ୍ଧୀ କହିଛନ୍ତି କି, ଯଦି ଏହା ଏକ ଐତିହାସିକ ଘଟଣା ଏବଂ ଏହାକୁ ଉଚିତ୍ ଶୈଳୀରେ କୁହା ନଯାଏ ତେବେ ଏହା ଏକ ଅପରାଧ । ଜଣେ ଚରମପନ୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ତାଙ୍କ ନାମ, ଧର୍ମ, ସ୍ଥାନ, ନିବାସ, ଭାଷା ଆଧାରରେ ପରିଭାହିତ କରିବା ଉଚିତ୍ ନୁହେଁ । ଜଣେ ବ୍ୟକ୍ତି ନିଜର ବ୍ୟବହାରରେ ଅପରାଧୀ ନୁହେଁ । ଆଜିକାଲି ଘୃଣାରେ ଭରା ଭାଷଣ ଦେବା ସାଧାରଣ କଥା ହୋଇ ଗଲାଣି । ଲୋକମାନଙ୍କ ମଧ୍ୟରେ ଘୃଣାର ମଞ୍ଜି ନପୋତିବା ପାଇଁ ସେ ହାସନଙ୍କୁ ଚେତାବନୀ ଦେଇଛନ୍ତି ।

Subscribe

National International State Sports Entertainment