ଜାଣନ୍ତୁ, କାହିଁକି ନେତାମାନେ ଭଗବାନଙ୍କୁ ନଚେତ ଶେଷନଙ୍କୁ ଡରୁଥିଲେ
Khabar Odisha:national-odisha-Lok-Sabha-Election-2019-Know-Everythings-About-TN-Seshan-Whom-Indian-Politicians-Feared
ଭୁବନେଶ୍ଵର,ମାର୍ଚ୍ଚ୧୪(ଖବର ଓଡ଼ିଶା):

ଟିଏନ ଶେଷନ ଭାରତର ସବୁଠାରୁ ବଡ ଶକ୍ତ ନିର୍ବାଚନ ଆୟୋଗ ଥିଲେ । ତାଙ୍କ କାର୍ଯ୍ୟାକାଳରେ ନିର୍ବାଚନ ଆୟୋଗକ ସବୁଠାରୁ ଅଧିକ ସଶକ୍ତ ହୋଇଥିଲା । ନିର୍ବାଚନରେ ସୁଧାର ଅଣାଯାଇଥିଲା । ମତଦାତାଙ୍କ ପାଇଁ ନିର୍ବାଚନ ପତ୍ର ବାଧ୍ୟତାମୂଳକ କରାଯାଇଥିଲା । ଆଚାର ସଂହିତାର କଡାକଡି ଭାବେ ପାଳନ କରିବା ଆରମ୍ଭ ହୋଇଥିଲା । ଏହା ଫଳରେ ଫେକ ଭୋଟିଂ ଉପରୋ ରୋକ ଲାଗିଥିଲା ଏବଂ ଲୋକତନ୍ତ୍ରର ମୂଳଦୂଆ ଆହୁରୀ ଶକ୍ତ ହୋଇଥିଲା । ଦଳ ଏବଂ ପ୍ରାର୍ଥୀଙ୍କ ମନମାନି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରିବାର ପ୍ରକ୍ରିୟା କଡାକଡି ଭାବେ ପାଳନ କରାଯାଇଥିଲା । ଟିଏନ ଶେଷନ ହି ନିର୍ବାଚନ ସମୟରେ ରାଜ୍ୟରେ ଥିବା ସରକାରୀ କଳର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ରୀୟ ବଳକୁ ନିଯୁକ୍ତ କରି ଏହାକୁ ଅଧିକ ଶକ୍ତ କରିଥିଲେ । ଏହା ଫଳରେ ନେତା ମାନଙ୍କ ଗୁଣ୍ଡାଗିରି ଉପରେ ମଧ୍ୟ କମିଥିଲା । 

ତାଙ୍କ କାର୍ଯ୍ୟକାଳ ପୂର୍ବରୁ ନିର୍ବାଚନରେ ବିନା ହିସାବରେ ଅଗଣିତ ଟଙ୍କା ଖର୍ଚ୍ଚ ହେବାର ଏବଂ ପ୍ରାର୍ଥୀମାନେ ଏହାର ହିସାବ ମଧ୍ୟ ଦେବାର ନାହିଁ । ସେ ଆଚାର ସଂହିତାର ପାଳନକୁ ଏତେ ଶକ୍ତ କରିଥିଲେ ଯେ ଅନେତ ନେତା ଶେଷନଙ୍କ ନା ଶୁଣିଲେ ଭୟ କରିବାର । ଏହି ନେତା ମାନଙ୍କ ମଧ୍ୟରୁ ଲାଲୁ ଯାଦବ ପ୍ରମୁଖ ଥିଲେ । ଶେଷନଙ୍କ ସମୟରେ ହିଁ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଆଚାର ସଂହିତାର ଉଲ୍ଲଂଘନ କରିବାକୁ ଡରିବାର । ତାଙ୍କ କାର୍ଯ୍ୟାଳୟ ସମୟରେ ହିଁ ଭୋଟର ପରିଚୟ ପତ୍ର ହୋଇଥିଲା । 

ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟର ପରିଚୟ ପତ୍ରର ବ୍ୟବହାର ହେବା ଆରମ୍ଭ ହୋଇଥିଲା । ଏହାଦ୍ୱାରା ମତଦାନରେ ସ୍ୱଚ୍ଛତା ଆସିଥିଲା । ଏହା ମଧ୍ୟ କୁହାଯାଉଛି ଯେ ଟିଏନ ଶେଷନ ଯେତେବେଳେ ନିର୍ବାଚନ ଆୟୋଗ ଥିଲେ ସେହି ସମୟରେ ମଦ ବାଣ୍ଟିବା ପ୍ରଥା ଏକ ଦମ ବନ୍ଦ ହୋଇଯାଇଥିଲା । ନିର୍ବାଚନ ସମୟରେ ଧାର୍ମିକ ଏବଂ ଜାତୀୟ ହିଂସା ଉପରେ ମଧ୍ୟ ରୋକ ଲଗାଯାଇଥିଲା । 

ଜାଣନ୍ତୁ ଟିଏନ ଶେଷନଙ୍କୁ କାହିଁକି ନେତା ଡରୁଥିଲେ  

• ଶେଷନଙ୍କ ପୁରା ନାଁ ତିରୁନେଲ ନାରାୟଣ ଅୟ୍ୟର ଶେଷନ

• ସେ ଭାରତର ଦଶମ ନିର୍ବାଚନ ଆୟୋଗ

• ସେ 1990ରୁ 1996 ମଧ୍ୟରେ ନିର୍ବାଚନ ପ୍ରଣାଳିକୁ ଶକ୍ତ କରିଥିଲେ

• ଶେଷନଙ୍କ ପାଇଁ ହିଁ ନିର୍ବାଚନ ପ୍ରକ୍ରିୟାର ଦଶା ଏବଂ ଦିଗ ବଦଳିଥିଲା

• ଶେଷନ ବର୍ତ୍ତମାନ ଚେନ୍ନାଇର ଏକ ବୃଦ୍ଧା ଆଶ୍ରମରେ ରହୁଛନ୍ତି

• ସେହି ସମୟରେ କୁହାଯାଉଥିଲା ଯେ ନେତାମାନେ ଭଗବାନଙ୍କୁ ଡରୁଛନ୍ତି ନହେଲେ ଶେଷନଙ୍କୁ ଡରୁଛନ୍ତି

ଟିଏନ ଶେଷନ ତାମିଲନାଡୁ କ୍ୟାର୍ଡର 1955 ବ୍ୟାଚର ଆଇଏଏସ ଅଧିକାରୀ । ନିର୍ବାଚନ ଆୟୋଗ ହେବା ପୂର୍ବରୁ ସେ ଭାରତୀୟ ପ୍ରସାଶନିକ ସେବାରେ ଥିଲେ । ସେ ସ୍ୱାଧୀନ ଭାରତର ସବୁଠାରୁ କମ ସମୟ ପର୍ଯ୍ୟନ୍ତ କାମ କରିଥିବା କ୍ୟାବିନେଟ ସଚିବ । ସେ 1989 ମସିହାରେ ମାତ୍ର ଆଠ ମାସ ପାଇଁ କ୍ୟାବିନେଟ ସଚିବ ହୋଇଥିଲେ । ଶେଷନ ଆର.କେ.ନାରାୟଣଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଲଢିଛନ୍ତି । ସେ ସେହି ସମୟରେ ଯୋଜନା ବୋର୍ଡର ସଦସ୍ୟ ମଧ୍ୟ ଥିଲେ । 

Subscribe

National International State Sports Entertainment