ତତ୍କାଳ ସେବା ପାଇବାରୁ ବଞ୍ଚିତ ଓଡିଶାବାସୀ, "୧୧୨" ସେବାରେ ସାମିଲ ହୋଇ ନାହାନ୍ତି ରାଜ୍ୟ ସରକାର ! ସାରା ଦେଶର ୨୦ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ
Khabar Odisha:national-odisha--20-States-Linked-To-Helpline-Number-112-Implemented-Under-Nirbhaya-Fund
ନୂଆଦିଲ୍ଲୀ, ଏପ୍ରିଲ ୧୯ (ଖବର ଓଡିଶା) :

ସାରା ଦେଶର ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ହେଲପ୍‌ ଲାଇନ ନମ୍ୱର “୧୧୨”ରେ ସାମିଲ ହୋଇଛନ୍ତି । ଏହି ନମ୍ୱରରେ ବିପଦରେ ସମୟରେ ତତ୍କାଳ ସାହୟତା ମାଗାଯାଇ ପାରିବ । ଅଧିକାରୀମାନେ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । “୧୧୨” ହେଲପ୍‌ ଲାଇନ ପୁଲିସ(୧୦୦), ଦମକଳ(୧୦୧), ଏବଂ ମହିଳା ହେଲପ ଲାଇନ(୧୦୯୦) ସହ ସମାନ୍ତରଳ ଏହି ଯୋଜନା । କେନ୍ଦ୍ର ସରକାର ନିର୍ଭୟା ଫଣ୍ଡରୁ ଏହାକୁ ଲାଗୁ କରୁଛନ୍ତି । 

ଆମେରିକାରେ ମଧ୍ୟ ଏହିପରି ଆପତ୍ତକାଳୀନ ନମ୍ୱର ୯୧୧ ରହିଛି । ଗୃହ ମନ୍ତ୍ରାଳୟରେ ଜଣେ ଅଧିକାରୀ କହିଛନ୍ତି ଯେ ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏଥିରେ ସାମିଲ ହୋଇଛନ୍ତି । ଏଥିରେ ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, କେରଳ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ଗୁଜୁରାଟ, ପଣ୍ଡିଚେରୀ, ଲକ୍ଷାଦ୍ୱୀପ,ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ, ଦାଦରା ନଗର ହାବେଲୀ, ଦାମନ ଏବଂ ଡିଉ, ଜମ୍ମୁ-କାଶ୍ମୀର ଏବ ନାଗାଲାଣ୍ଡ ସାମିଲ ରହିଛନ୍ତି । 

ଇଆରଏସଏସ ସାରା ଦେଶରେ ଆପତ୍ତକାଳୀନ ନମ୍ୱର ୧୧୨ର ପରିକଳ୍ପନା କରିଛି ଯାହା କି ଏକ ଅନ୍ତରାଷ୍ଟ୍ରୀୟ ମାନ୍ୟତା ପ୍ରାପ୍ତ ନମ୍ୱର ଯାହାଉ ଉଦେଶ୍ୟ ତତ୍କାଳ ସେବା ପହଞ୍ଚାଇବା । ଅଧିକାରୀ ସୂଚନା ଦେଇଛନ୍ତି ଯେ ମୋବାଇଲରେ ଏକ ପ୍ୟାନିକ ବଟନ କରାଯାଇଛି ଯାହାକୁ କୌଣସି ଆପତ୍ତକାଳୀନ ସ୍ଥିତିରେ ୧୧୨ରେ କଲ କରିବା ପାଇଁ କ୍ରିୟାଶୀଳ କରାଯାଇପାରିବ । 

Subscribe

National International State Sports Entertainment