ଶୀଲା ଦୀକ୍ଷିତଙ୍କ ବଡ଼ ବୟାନ- ଆତଙ୍କ ବିରୋଧରେ ମନମୋହନଙ୍କ ଆଭିମୁଖ୍ୟ ପିଏମ ମୋଦୀଙ୍କ ପରି କଠୋର ନଥିଲା
Khabar Odisha:national-Odisha-manmohan-singh-not-as-tough-as-modi-on-terror-says-shiela-dikshit
ନୂଆଦିଲ୍ଲୀ,ମାର୍ଚ୍ଚ୧୪(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ। ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଯେତିକି କଠୋର ଆଭିମୁଖ୍ୟ ପିଏମ ମୋଦୀ ଆପଣେଇଛନ୍ତି ଏମିତି ଆଭିମୁଖ୍ୟ ୨୦୦୮ରେ ମନମୋହନ ସିଂହଙ୍କ ନଥିଲା। ଉଲ୍ଲେଖଯୋଗ୍ୟ, ୨୦୦୮ରେ ମୁମ୍ବାଇ ଉପରେ ଲସ୍କର ଏ ତୋଇବାର ଆତଙ୍କବାଦୀ ହମଲା କରିଥିଲା। ଏହାର ଷଡ଼ଯନ୍ତ୍ର ଜାକିଉର ରେହମାନ ଲଖଭି ରଚିଥିଲା। ଏହି ହମଲାରେ ମୋଟ୍ ୧୭୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୯ ଆତଙ୍କବାଦୀ ମଧ୍ୟ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ମାତ୍ର ୟୁପିଏ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇନଥିଲେ।

ଶୀଲା ଦୀକ୍ଷିତ କହିଛନ୍ତି ଯେ, ୨୦୦୮ରେ ମୁମ୍ବାଇ ହମଲାରେ ମନମୋହନ ସିଂହ ସରକାର ସେତିକି କଠୋର ନଥିଲେ ଯେତିକି କଠୋର ପ୍ରଧାନମନ୍ତ୍ରୀ ମୋଦୀ ଦେଖାଇଛନ୍ତି।୨୬/୧୧ ହମଲା ପରେ ୟୁପିଏ ସରକାରର ଆଭିମୁଖ୍ୟକୁ ନେଇ ପଚରା ଯାଇଥିବା  ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହା ସ୍ଵୀକାର କରିବାକୁ ପଡ଼ିବ ଯେ ମନମୋହନ ସିଂହ ଆତଙ୍କବାଦ ବିରୁଦ୍ଧ ଲଢେଇରେ ଏତେ ମଜବୁତ ନଥିଲେ, ଯେତିକି ମଜବୁତ ଏବେ ପିଏମ ମୋଦୀ ଥିଲେ।  ୟୁପିଏ ସରକାର ଭାବୁଥିଲା ଯେ ପାକିସ୍ତାନ ସହ  ଲଢିବା ପାଇଁ ସେନାର ବ୍ୟବହାର କରିବା ଠିକ୍ ନୁହେଁ। କାରଣ ଏଥିରେ ଆତଙ୍କବାଦ କମ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୮ରେ ଆତଙ୍କୀ ଉରିରେ ସେନା କ୍ୟାମ୍ପରେ ପଶି ଆତ୍ମଘାତୀ ହମଲା କରିଥିଲେ। ଏଥିରେ ୧୯ ଯବାନ ସହିଦ ହୋଇଥିଲେ। ଏହାର ଠିକ୍ ୧୦ ଦିନ ପରେ ଭାରତୀୟ ଯବାନ ପିଓକେରେ ତିନି କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

ଏହି ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସିଆରପିଏଫ ଗାଡି ଉପରେ ହୋଇଥିବା ଆତଙ୍କୀ ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାର ଠିକ୍ ୧୨ ଦିନ ପରେ ଅର୍ଥାତ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରି ଜୈଶ ବଡ଼ ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରିଥିଲା। ମାତ୍ର ଏମିତି କଠୋର କାର୍ଯ୍ୟାନୁଷ୍ଠାନ ମନମୋହନ ସିଂହ ସରକାରଙ୍କ ଅମଳରେ ହୋଇନଥିବା ଶୀଲା କହିଛନ୍ତି।

  • Tags:

Subscribe

National International State Sports Entertainment