ମାଓ ଅଂଚଳରେ ଉଡ଼ୁଛି ଡ୍ରୋନ୍‌
Khabar Odisha:maoists-use-drone
ମାଲକାନଗିରି, ଅକ୍ଟୋବର ୧୦ (ଖବର ଓଡ଼ିଶା):

ଧିରେ ଧିରେ ଲାଲବାହିନୀ ସକ୍ରିୟ ହେଉଛନ୍ତି । ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବାକୁ ମାଓବାଦୀମାନେ ଏଣିକି ଡ୍ରୋନ୍‌ର ବ୍ୟବହାର ଆରମ୍ଭ କରି ଦେଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍‌ କ୍ୟାମ୍ପ ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ମଧ୍ୟରାତ୍ରିରେ ସିଆରପିଏଫ୍‌  କ୍ୟାମ୍ପ ଉପରେ ଆଲୋକ ଦେଖାଯାଉଛି । ଏହା ଡ୍ରୋନ୍‌ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ମାଓବାଦୀଙ୍କର ଏହି କାମ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ଏହା ପରେ ସଂପୃକ୍ତ ଅଂଚଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୋଲିସ ମାଓବାଦୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରାର ସାହାଯ୍ୟ ନେଉଛନ୍ତି । ଏବେ ଏହି ଉପାୟକୁ ମାଓବାଦୀମାନେ ମଧ୍ୟ ଅବଲମ୍ବନ କରୁଛନ୍ତି ।

  • Tags:

Subscribe

National International State Sports Entertainment