ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ବାନାନା ସେକ୍
Khabar Odisha:lifestyle-Odisha-Recipe-of-Banana-shake
ଭୁବନେଶ୍ୱର,ମେ ୨୬(ଖବର ଓଡ଼ିଶା):

ଖରାଦିନ ଚାଲିଛି । ପାନୀୟ ଜାତୀୟ ବ୍ୟଞ୍ଜନ ସମସ୍ତଙ୍କୁ ଅଧିକ ପସନ୍ଦ ଆସେ । ଖରାଦିନେ ଆମେ ସାଧାରଣତଃ ବଜାରରେ ମିଳୁଥିବା ଥଣ୍ଡାପାନୀୟ ପିଇଥାଉ । ଯାହା ଶରୀରକୁ ଅସୁସ୍ଥ କରିଥାଏ । ତେଣୁ ଅତି ସହଜରେ ଘରେ ପ୍ରସ୍ତୁତ କରିବା ବାନାନା ସେକ୍ ।

ସାମଗ୍ରୀ : 

କ୍ଷୀର :୫୦୦ ମିଲି 

ପାଚିଲା କଦଳୀ : ୩ଟି

ଚିନି : ୧୫୦ଗ୍ରାମ

କାଜୁ :୫୦ଗ୍ରାମ 

ବରଫ : ୩,୪ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଦଳୀର ଚୋପା ବାହର କରି ଏକ ପାତ୍ରରେ ରଖନ୍ତୁ । କଞ୍ଚା କ୍ଷୀରକୁ ଗ୍ରାଇଣ୍ଡରର ଏକ ଜାରରେ ଢାଳନ୍ତୁ । ସେଥିରେ ବରଫ ଓ କଦଳୀ ପକାନ୍ତୁ । ପ୍ରଥମେ ଗୋଟିଏ ଥର ଗ୍ରାଇଣ୍ଡିଙ୍ଗ କରନ୍ତୁ । ଅଧା ପେଷ୍ଟ ହେବା ଭଳି । ଅଧା ଗ୍ରାଇଣ୍ଡି ହେବା ପରେ ସେଥିରେ ଚିନି ଓ କାଜୁ ପକାଇ ଗୋଳାଇ ପୁଣି ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହା ପରେ ଏକ ପାତ୍ରକୁ ବାହାର କରି ପ୍ରିଜରେ ରଖିପାରିବେ । ପରେ ଗ୍ଲାସକୁ ବାହର କରି ସେଥିରେ ଆଇସକ୍ରିମ କିମ୍ବା କାଜୁ ,ପିସ୍ତା ପକାଇ ସେବନ କରିପାରିବେ ।

  • Tags:

Subscribe

National International State Sports Entertainment