ଚୀନ ନୌସେନାର ୭୦ମ ସ୍ଥାପନ ଦିବସରେ ଅନ୍ତରାଷ୍ଟ୍ରୀୟ ସମୁଦ୍ରୀ ପରେଡ଼ରେ ଭାଗ ନେବ ଭାରତର ୨ଟି ଯୁଦ୍ଧ ଜାହାଜ
Khabar Odisha:international-odisha-two-indian-battleship-will-participate-in-70th-anniversary-of-chinese-navy
ନୂଆଦିଲ୍ଲୀ,ଏପ୍ରିଲ୧୯(ଖବର ଓଡ଼ିଶା):

ଭାରତୀୟ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଚୀନ ନୌସେନାର ୭୦ତମ ସ୍ଥାପନା ଦିବସ ଅବସରରେ ଆଗାମୀ ସପ୍ତାହରେ ଚୀନର ଚିନ୍ଦଦାଓ ତଟରେ ଅନ୍ତରାଷ୍ଟ୍ରୀୟ ସମୁଦ୍ରୀ ପରେଡରେ ସାମିଲ ହେବ। ନୌସେନାର ମୁଖପାତ୍ର କ୍ୟାପଟେନ ଡି କେ ଶର୍ମା କହିଛନ୍ତି ଯେ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ଓ ଆଇଏନଏସ ଶକ୍ତି ଅନ୍ତରାଷ୍ଟ୍ରୀୟ ଫ୍ଲିଟ ରିଭ୍ୟୁ(ଆଇଏଫଆର)ରେ  ଭାଗ ନେବା ପାଇଁ ରବିବାର  ଚିନ୍ଦଦାଓରେ ପହଞ୍ଚିବ।

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏପ୍ରିଲ ୨୩ରେ ଆୟୋଜିତ  ହେଉଥିବା  ଆଇଏଫଆର ଦେଖିବାର କାର୍ଯ୍ୟକ୍ରମ ରହିଛି। ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କର୍ଣ୍ଣେଲ ୟୁ କିୟାନ ଗତ ମାସରେ କହିଥିଲେ ଯୈ, ୬୦ରୁ ଅଧିକ ଦେଶ ଏପ୍ରିଲ ୨୩ କାର୍ଯ୍ୟକ୍ରମରେ ସାମିଲ  ହେବେ। ଆଇଏଫଆର ନୌସେନା ଜାହାଜ, ବିମାନ ଓ ବୁଡ଼ାଜାହାଜର ପରେଡ ଏବଂ ଏହା ସଦଭାବନାର ପ୍ରଚାର, ସହଯୋଗ ମଜବୁତ କରିବା ଓ ନିଜର ନୌସେନା କ୍ଷମତା ପ୍ରଦର୍ଶିତ କରିବା ପାଇଁ ଦେଶ ଦ୍ଵାରା ଆୟୋଜିତ କରାଯାଇଥାଏ। 

ଭାରତ ୨୦୧୬ ଫବୃଆରୀରେ ବିଶାଖାପାଟଣା ତଟରେ ଆଇଏଫଆରର ଆୟୋଜନ କରିଥିଲା,  ଯେଉଁଥିରେ ୫୦ ଦେଶର ପ୍ରାୟ ୧୦୦ ଯୁଦ୍ଧ ଜାହାଜ ଭାଗ ନେବେ। ଜଣେ ସୈନ୍ୟ ଅଧିକାରୀ କହିଛନ୍ତି ଯେ, ଡୋକଲାମ ଗତିରୋଧ ପରେ ପ୍ରଥମ ଥର ଭାରତୀୟ ଯୁଦ୍ଧ ଜାହାଜ ଚୀନ ଯାଉଛି। 

  • Tags:

Subscribe

National International State Sports Entertainment