ନୀଳଗିରି ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ଡମ୍ପର, ପିଛା କରି ଆଉ ଏକ ଚୋରା ପଥର ଚାଲାଣ ଗାଡ଼ି ଜବତ
Khabar Odisha:dumper-hits-nilgiri-magistrate-vehicle
ବାଲେଶ୍ୱର, ଜୁନ ୧୨ (ଖବର ଓଡ଼ିଶା):

ବାଲେଶ୍ୱର ନୀଳଗିରି ତହସିଲଦାରଙ୍କ ଗାଡ଼ିକୁ ଏକ ଡମ୍ପର ଧକ୍କା ଦେଇ ଫେରାର ହୋଇଯାଇଛି । ସେହି ଡମ୍ପରରେ ଚୋରା ପଥର ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି । ତହସିଲଦାରଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ । 

ନୀଳଗିରି ମିତ୍ରପୁର ରାସ୍ତାରେ ଗୋପୀନାଥପୁରଠାରେ ଏକ ଡମ୍ପର ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଏହା ପରେ ସେହି ଡମ୍ପର୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତହସିଲଦାର ଡମ୍ପରର ପିଛା କରିଥିଲେ । ମାତ୍ର ଉକ୍ତ ଡମ୍ପରକୁ ପିଛା କରି ତହସିଲଦାର ଆଉ ଏକ ଡମ୍ପରକୁ ଧରିଛନ୍ତି । ସେଥିରେ ମଧ୍ୟ ପଥର ଚୋରା ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment