ଷ୍ଟୁଡେଂଟ ଅଫ ଦ ଇଅର ୨ର ଟ୍ରେଲର ରିଲିଜ, ପରଦାରେ ନଜର ଆସିବ ଟାଇଗରଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ
Khabar Odisha:bollywood-odisha-student-of-year-2-trailer-out-tiger-shroff-tara-sutaria-ananya-pandey
ନୂଆଦିଲ୍ଲୀ, ଅପ୍ରେଲ ୧୫ (ଖବର ଓଡିଶା) :

 କରଣ ଜୋହାରଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇଅର ୨ର ଟ୍ରେଲର ରିଲିଜ ହୋଇଛି । କରଣ ଜୋହାର ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମରେ ଟାଇଗର ଶ୍ରାପ, ତାରା ସୁତାରିୟା ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ତାରା ସୁତାରିୟା ଏବଂ ଅନନ୍ୟା ପାଣ୍ଡେ ବଲିଉଡରେ ଡେବ୍ୟୁ କରିଛନ୍ତି । 

ଟ୍ରେଲରର ଆରମ୍ଭରେ ଟାଇଗରଙ୍କ ଡାଇଲଗ ରହିଛି । ସେ କହୁଛନ୍ତି କି, ଜୀବନ ଯଦି ଗୋଟିଏ ମଇଦାନ ତାହାକୁ ଦୁଇ ଭାଗରେ ବିଭକ୍ତ କର । ଗୋଟିଏରେ ସ୍ୱପ୍ନ ଅନ୍ୟ ପଟେ ସତ୍ୟ । ଏଥିରେ ଜବରଦସ୍ତ ଆକ୍ସନ ଏବଂ ଡ୍ୟାନ୍ସ ଦେଖିବାକୁ ମିଳିଛି । ଟାଇଗର ପ୍ରତି ଥର ଭଳି ଏଥର ମଧ୍ୟ ଜବରଦସ୍ତ ଷ୍ଟଂଟ କରିଛନ୍ତି । ଫିଲ୍ମରେ ତ୍ରିକୋଣୀୟ ପ୍ରେମ ଦେଖିବାକୁ ମିଳିଛି । ଏହା ଷ୍ଟୁଡେଂଟ ଅଫ ଦ ଇଅରର କିଛି ଦୃଶ୍ୟକୁ ମନେ ପକାଇ ଦେଉଛି । ତେବେ ମଇ ୧୦ରେ ଫିଲ୍ମ ରିଲିଜ ହେବାକୁ ଯାଉଛି । ଟ୍ରେଲର ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । 

Subscribe

National International State Sports Entertainment