ମୁମ୍ବାଇ/ରାଞ୍ଚି: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଶନିବାର ସକାଳ ୮ଟାରୁ ଜାରି ରହିଛି। ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯାଉଛି। ପର୍ଯ୍ୟାୟ କ୍ରମେ ହେଉଥିବା ଭୋଟ୍ ଗଣତି ସମୟ ସମୟରେ ସ୍ଥିତି ନେଇ ଜନସାଧାରଣଙ୍କୁ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆସିଥିବା ଟ୍ରେଣ୍ଡ ଅନୁସାରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଜେପି ନେତୃତ୍ବ ଏନ୍ଡିଏ ସରକାର ଗଢ଼ିପାରେ। ଉଭୟ ରାଜ୍ୟରେ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଲାଗିପାରେ। ମହାରାଷ୍ଟ୍ରରେ ଏନ୍ଡିଏ ୨୧୧ ଓ ଝାଡ଼ଖଣ୍ଡରେ ୪୬ଟି ଆସନରେ ଆଗୁଆ ରହିଛି। ସେହିପରି ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ୩୨ ଓ ମହାରାଷ୍ଟ୍ରରେ ଦଳ ୬୪ଟି ଆସନରେ ଆଗୁଆ ରହିଛି।
ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ସମେତ ୧୧ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟ ସୁଦ୍ଧା ପ୍ରକାଶ ପାଇବ। ଏଥି ସହିତ ଏହି ୨ ରାଜ୍ୟରେ ଜନତା କାହାକୁ କ୍ଷମତା ଦେଉଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ନେତାମାନେ ବିଜୟୀ ହେବା ଆଶାରେ ଦେବାଳୟର ଆଶ୍ରୟ ନେଇଛନ୍ତି। ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଦିନ ଆରମ୍ଭ କରିଛନ୍ତି। ସେହିପରି ବିଜୟ ଉତ୍ସବ ପାଳନ ପାଇଁ ମଧ୍ୟ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର କିଛି ସ୍ଥାନରେ ଜିଲାପି ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି।
ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ମତଦାନ ହୋଇଥିଲା। ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।
ଅଧିକ ପଢ଼ନ୍ତୁ: ପ୍ରଥମ ପାଳିରେ ୪୬ ରନ୍ରେ ଆଗୁଆ ବୁମରା ବାହିନୀ