ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିରିଜ୍ ଟ୍ୱିଟ୍‌
Khabar Odisha:Union-Minister-Dharmendra-Pradhans-series-tweet-on-the-issue-of-statue-height

କଟକ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା): ତେଜୁଛି କଟକରେ ଦୂଗାପୂଜା ପାଇଁ ମା’ଙ୍କ ମୂର୍ତ୍ତି ଉଚ୍ଚତା ବିବାଦ । ଏହି ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାର ଓ କଟକ ବାସୀ ଉଭୟ ନିଜ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ଏବେ ଏହି ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଲାଣି । 

ଏହି ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିରିଜ୍ ଟ୍ୱିଟ୍ କରି ରାଜ୍ୟସରକାରଙ୍କୁ କଟକଣା କୋହଳ କରିବା ଏବଂ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗକୁ ସରକାର ଆଉଥରେ ଗୁରୁତର ସହ ନେଇ ଚିନ୍ତା କରନ୍ତୁ ବୋଲି ଲେଖିଛନ୍ତି ।

ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନକୁ ନେଇ ଏଠାରେ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତି ଉଚ୍ଚତା ଏବଂ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଏବଂ ଆନ୍ଦୋଳନ ଜାରି ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ।

ଟ୍ୱିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, କଟକର ସାହୀ କମିଟି,ପୂଜା କମିଟି,ଶାନ୍ତି କମିଟି, ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ମତ ଆସୁଛି । ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ପୁନର୍ବାର ସମସ୍ତଙ୍କ ସହ ଆଲୋଚନା କରି କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ମୁଁ ଆଶା ରଖୁଛି ।

କୋଭିଡ଼୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଟ୍ନ ଟ୍ୱିଟ୍ କରିଛନ୍ତି ।

  • Tags:

Subscribe

National International State Sports Entertainment