ଭିଲାଇରେ 114 ଶଯ୍ୟା ବିଶିଷ୍ଟ କରୋନା ଚିକିତ୍ସା କେନ୍ଦ୍ର ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Union-Minister-Dharmendra-Pradhan-dedicate-114-bedded-jumbo-covid-care-centre-in-Bhilai

ଛତିଶଗଡ, ଜୁନ୍ 10(ଖବର ଓଡ଼ିଶା): କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଛତିଶଗଡରେ ଭିଲାଇ ଇସ୍ପାତ କାରଖାନା ନିକଟରେ 114 ଶଯ୍ୟା ବିଶିଷ୍ଟ କରୋନା ଚିକିତ୍ସା କେନ୍ଦ୍ର ଉଦଘାଟନ କରିଛନ୍ତି।  ଏହି ଡାକ୍ତରଖାନା ତରଳ ଅମ୍ଳଜାନ ଯୁକ୍ତ ବେଡ ମଧ୍ୟ ଉପଲବ୍ଧ ରହିଛି ଏବଂ କାରଖାନାରୁ ତରଳ ଅମ୍ଳଜାନ ଯୋଗାଣ ପାଇଁ 1.5 କିଲୋମିଟର ପାଇପଲାଇନ ସ୍ଥାପନ କରାଯାଇଛି। ତେବେ ଏଠାରେ ପରବର୍ତ୍ତୀ ପର୍ଯ୍ୟାୟରେ 500 ଅମ୍ଳଜାନଯୁକ୍ତ ବେଡ ସ୍ଥାପନା କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଅବସରରେ ମନ୍ତ୍ରୀ ପ୍ରଧାନ କରୋନା ସମୟରେ ଭିଲାଇ ଇସ୍ପାତ କାରଖାନାର ଭୂମିକାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ କରଳୋନାର ଦ୍ୱିତୀୟ ଲହର ସମୟରେ ରୋଗୀଙ୍କୁ ଚିକିତ୍ସା କରିବାରେ ଏହାର ଡାକ୍ତରଖାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଦେଶରେ ତରଳ ମେଡିକାଲ ଅମ୍ଳଜାନ ଯୋଗାଇବା ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଟୀକାକରଣ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣ ପାଇଁ ରୋଡମ୍ୟାପ ରଖିଛନ୍ତି।  ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ଏବଂ SAIL ଛତିଶଗଡ ସହିତ ଅଛନ୍ତି ଏବଂ ରାଜ୍ୟବାସୀଙ୍କ ପାଇଁ ଟୀକାକରଣକୁ ବୃଦ୍ଧି କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ।  ଖୁବ୍ କମ୍ ସମୟ ମଧ୍ୟରେ ଟୀକାକରଣକୁ ବୃଦ୍ଧି କରିବା ପାଇଁ ଛତିଶଗଡ ଏବଂ ରାଜ୍ୟ ସରକାରଙ୍କୁ ହାତ ମିଳାଇବାକୁ ସେ ଆହ୍ବାନ କରିଛନ୍ତି।

  • Tags:

Subscribe

National International State Sports Entertainment