ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା:ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ସିଂହଦ୍ୱାର ସମ୍ମୁଖକୁ ଆସିଲେ ୩ ରଥ
Khabar Odisha:Tomorrow-is-the-world-famous-proclamation-the-chariot-ready-path-is-ready-3-chariots-come-to-the-front-of-the-Lion-Gate
ପୁରୀ, ଜୁନ ୩୦(ଖବର ଓଡିଶା):

ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତିନି ବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ରଥଗୁଡିକୁ ସିଂହଦ୍ୱାର ସମ୍ମୁଖରେ ଅଣାଯାଉଛି । ଦକ୍ଷିଣ ମୋଡ କରାଯାଇ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ରଥକୁ ଟଣା ଯାଉଛି । ଶେଷରେ ତାଳଧୋଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯିବ ।

 ପୋଲିସ ଏବଂ ଶ୍ରଦ୍ଧାଳୁ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣିଆଣୁଛନ୍ତି । ଆଜ୍ଞାମାଳ ବିଜେ ପରେ ପ୍ରଥମେ ରଥ ଖଳାରୁ ନନ୍ଦିଘୋଷ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ଏବେ ରଥଯାତ୍ରା ପାଇଁ ରଥ, ପଥ ପ୍ରସ୍ତୁତ । ତେବେ ଏବେ କେବଳ ଚତୁର୍ଦ୍ଧାମୂରତୀଙ୍କ ବିଜେକୁ ହିଁ ଅପେକ୍ଷା ରହିଛି । 

ତେବେ ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । ହେଲେ ଏଥର ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି ।

  • Tags:

Subscribe

National International State Sports Entertainment