ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତ ବଡରୋଡ଼ଙ୍ଗ ସରକାରୀ ଉଚ୍ଚ ପ୍ରାଥମିକବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଚଳାଇଛନ୍ତି ହିଟଲରି ଶାସନ | ଚଳିତ ବର୍ଷ ବିଦ୍ୟାଳୟ ର ଉନ୍ନତି କରଣ ନିମନ୍ତେ ତିନି ଲକ୍ଷ୍ୟ ଟଙ୍କା ପଞ୍ଚାୟତ ସମିତି ଅନୁଦାନ ଆସିଥିଲା | ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି କୁ କୌଣସି ଘଟଣା ଅବଗତ ନ କରାଇ ନିଜ ତତ୍ଵାବଧାନରେ କାର୍ଯ୍ୟପରିଚାଳନା କରି ଅଭିଭାବକ କମିଟି କୁ କୌଣସି ହିସାବ ନଦେବା ଓ ମାଧ୍ୟ୍ୟହ୍ନ୍ନ ଭୋଜନ ବ୍ୟାପକ ଅନିୟମିତତା କାର୍ଯ୍ୟ କରିବା ସମ୍ବଦ୍ଧରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ବ୍ଲକ ଅଧକ୍ଷ୍ୟ ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ଅଭିଭାବକମାନଙ୍କ ମତାମତ ନେଇଥିଲେ | ହେଲେ ପ୍ରଧାନ ଶିକ୍ଷକ ସେମାନଙ୍କୁ ଅସଂମ୍ମାନ କରିଥିଲେ |ଏହା ପରେ ଏହି ଆକ୍ରସ ମନୋଭାବ ନେଇ ପ୍ରଧାନ ଶିକ୍ଷକ ସପ୍ତମ ଶ୍ରେଣୀ ଛାତ୍ର ବିଘନେଶ୍ୱର ପରିଡା ଙ୍କୁ ବିଦ୍ୟାଳୟ ରୁ ଗଳାଧକା ମାରି ବାହାର କରିବା ସହିତ ମା ସାଗରିକ ପରିଡ଼ାଙ୍କୁ ଅସଭ୍ୟ ଭାଷାରେ ଗଳି ଗୁଲଜ କରିବାରୁ ଛାତ୍ର ଅଭିଭାବକ ସାଗର ପରିଡା ଏବଂ ସ୍ତ୍ରୀ ସାଗରିକ ପରିଡା ଘଟଣା ସମ୍ପର୍କ ରେ ଜ଼ିଲ୍ଲାପାଳ, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ ବାଲିକୁଦା ଥାନାରେ ପ୍ରଧାନ ଶିକ୍ଷକ ଙ୍କ ନାମରେ ଏତଲା ଦେଇଛନ୍ତି |