ଗଞ୍ଜାମ, ଫେବୃଆରୀ ୨୩(ଖବର ଓଡ଼ିଶା)
ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ଏକ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ପ୍ରାଣ ହରାଇଥିବା ବେଳେ 17 ଜଣ ଆହତ ହୋଇଛନ୍ତି ।
ରାସ୍ତା କାମ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ପ୍ରାଣ ହରାଇଥିବା ମହିଳା ହେଲେ 40 ବର୍ଷୀୟ ବନିତା ସାହୁ।
ସେହିପରି ଆହତ 17 ଜଣଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସମସ୍ତ ଆହତଙ୍କୁ ପାତ୍ରପୁର ମେଡିକାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି ।
ତେବେ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇ ଥିବା ସୂଚନା ମିଳିଛି