ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ, ଅସୁସ୍ଥ ଥିବାରୁ ବଞ୍ଚାଇବାକୁ ସମସ୍ତ ଉଦ୍ୟମ ବିଫଳ ଭୁବନେଶ୍ୱର, ମେ ୧୬(ଖବର ଓଡିଶା): Share story: ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ଥିବାରୁ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଅସୁସ୍ଥତାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡିବ । ପୂର୍ବରୁ ହାତୀଟି ନନ୍ଦନକାନନରେ ଥିଲା । ଏହାସହିତ ପର୍ଯ୍ୟଟକଙ୍କ ମନ ଜିଣୁଥିଲା । ଶନିବାରଠାରୁ ନନ୍ଦ ହଠାତ ଅସୁସ୍ଥ ହୋଇପଡିଥିଲା ଏବଂ ଅଟାନକ ଟଳିପଡିଥିଲା । ଛାଟିପିଟି ହୋଇ ଉଠିବାକୁ ଚେଷ୍ଟା କରିଲେ ବି ଉଠିପାରିନଥିଲା । ଋବିବାର ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ୱାସ୍ଥ୍ୟ ନିରିକ୍ଷଣ କରି ଚିକିତ୍ସା କରିଥିଲେ । ନନ୍ଦକୁ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା । ହେଲେ ତାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ଶେଷରେ ଆଖି ବୁଜିଛି ନନ୍ଦ । ଖବର ଓଡ଼ିଶା, Reporter, 15/05/2022