ସୁପ୍ରିମକୋର୍ଟ ଗଲା ବିବାଦୀୟ ଜ୍ଞନାବାପି ସର୍ତ୍ତେ ମାମଲା, ଆସନ୍ତାକାଲି ହେବ ଶୁଣାଣି ନୂଆଦିଲ୍ଲୀ, ମେ ୧୬(ଖବର ଓଡିଶା): Share story: ସୁପ୍ରିମକୋର୍ଟ ଗଲା ବିବାଦୀୟ ଜ୍ଞନାବାପି ସର୍ତ୍ତେ ମାମଲା । ଆସନ୍ତାକାଲି ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଦିନଧାର୍ଯ୍ୟ ହୋଇଛି । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ପି.ଏସ ନରସିହ୍ମାଙ୍କ ଖଣ୍ଡପାଠରେ ଶୁଣାଣି କରିବେ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଛି । ମସଜିଦ ଭିତରେ ଭିଡିଓଗ୍ରାଫ୍ ଅନୁମତି ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀରେ ଏକ ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ୧୬୦୦ ଖ୍ରୀଷ୍ଟାଦ୍ଦରେ ଔରଙ୍ଗଦେବଙ୍କ ସମୟରେ ଏହା ହୋଇଥିବା ଅଭିଯୋଗ ରହିଛି । ୧୯୯୧ ମସିହାରେ ଏନେଇ ଆହ୍ଲାବାଦ ହୋଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ତେବେ ଏବେ ସାରା ଦେଶର ନଜର ଜ୍ଞାନବାପି ମସଜିଦ ପ୍ରସଙ୍ଗ ଉପରେ ରହିଛି । କାରଣ ଧର୍ମର ସହର ବାରଣାସୀରେ ବିବାଦୀୟ ଜ୍ଞାନବାପି ମସଜିଦର ସର୍ବେ କାମ ଶେଷ ହୋଇଛି । ଗତ ୩ ଦିନ ଧରି ଚାଲିଥିବା ସର୍ତ୍ତେ ସମୟରେ ମସଜିଦ ପରିସରରେ ଥିବା ଏକ କୂଅ ଭିତରୁ ଶିବ ଲିଙ୍ଗ ମିଳିବା ସହ ଆହୁରି ଅନେକ କିଛି ହିନ୍ଦୁ କିର୍ତ୍ତୀ ସହ ମୂର୍ତ୍ତୀ ମଧ୍ୟ ରହିଥିବା ଓକିଲ ଦାବି କରିଛନ୍ତି । ଖବର ଓଡ଼ିଶା, Reporter, 16/05/2022