କରୋନା ରୋଗୀଙ୍କ ସହ ମିଷ୍ଟଭାଷୀ ହୁଅନ୍ତୁ, କଷ୍ଟ ଲାଘବ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
Khabar Odisha:The-Chief-Ministers-call-to-alleviate-the-suffering-be-it-sweet-to-the-corona-patients
ଭୁବନେଶ୍ବର, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

କରୋନା ବିରୋଧରେ ଆମକୁ ମିଳିତ ହୋଇ ଳଢ଼ିବାକୁ ପଡ଼ିବ ଏବଂ କୋଭିଡ ରୋଗୀଙ୍କୁ ମିଠା କଥା କହି ସେମାନଙ୍କ କଷ୍ଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ମିଠା କଥା କହିଲେ କୋଭିଡ ରୋଗୀଙ୍କ କଷ୍ଟ ଲାଘବ ହେବ ।

ତେଣୁ ସେମାନଙ୍କୁ ନିଜର କରିବା ସହ କୋଭିଡ ଯୁଦ୍ଧକୁ ଦୃଢ଼ତାର ସହ ଲଢ଼ିବାକୁ ହେବ । ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍‌-୧୯ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଏକ ହ୍ୱାଟସ୍ ଆପ୍ ନମ୍ବର (୯୯୩୭୫୬୪୦୬୬) ଜାରି କରିଛନ୍ତି ।

ଜନସାଧାରଣ ଏହି ନମ୍ବର ମାଧ୍ୟମରେ ଡାକ୍ତରମାନଙ୍କୁ ସେମାନଙ୍କର ପ୍ରଶ୍ନ ପଚାରି ସନ୍ଦେହ ଦୂର କରିପାରିବେ ।

  • Tags:

Subscribe

National International State Sports Entertainment