ମୟୂରଭଂଜ: ବୃଦ୍ଧଙ୍କୁ ଦଳିଦେଲେ ୫ ଜଣିଆ ହାତୀ ପଲ
Khabar Odisha:State-Old-man-killed-by-elephant-near-Baripada-town-in-Mayurbhanj-district-yesterday

ଭୁବନେଶ୍ୱର, ଜୁନ ୦୭ (ଖବର ଓଡ଼ିଶା): ମୟୂରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ଅଂଚଳରେ ହାତୀମାନଙ୍କର ଦୌରାତ୍ମ ବଢ଼ିଛି । ସହର ଉପକଣ୍ଠରେ ୫ ଜଣିଆ ହାତୀ ପଲ ଜଣେ ବୃଦ୍ଧଙ୍କୁ ଦଳି ଦେଇଛନ୍ତି । ମୃତକ ହେଲେ ଚତୁର୍ଭୁଜ ନାୟକ (୬୦) । ସୂଚନା ଅନୁସାରେ ବାରିପଦା ବନଖଣ୍ଡ ଅନ୍ତର୍ଗତ କୁକୁଡାଯୋଡ଼ି ଜଙ୍ଗଲରେ ହାତୀ ପଲ ଅଛନ୍ତି । ଏଥିରେ ୫ଟି ହାତୀ ଥିବା କୁହାଯାଉଛି । ଗତକାଲି ସ୍ଥାନୀୟ ଅଂଚଳର ଜଣେ ବୃଦ୍ଧ ହାତୀମାନଙ୍କର ହାବୁଡ଼ରେ ପଡିଯାଇଥିଲେ । ଉତ୍ପାତ ସୃଷ୍ଟି କରୁଥିବା ହାତୀମାନେ ବୃଦ୍ଧଙ୍କୁ କଚାଡି ମାରିଥିବା କୁହାଯାଉଛି । 

ତେବେ କୁକୁଡାଯୋଡ଼ିରେ ହାତୀ ଉତ୍ପାତ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଗତକାଲି ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ । ବନବିଭାଗ ଆଜି ଘଟଣାସ୍ଥଳକୁ ଯାଇ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରିବ । ଏହି ଅଂଚଳରେ ହାତୀ ଉତ୍ପାତ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବନ ବିଭାଗ ଶୁଣୁନାହିଁ । ଫଳରେ ଧନଜୀବନ ହାନୀ ହେଉଥିବା ଅଭିଯୋଗ ହେଉଛି । 

 

  • Tags:

Subscribe

National International State Sports Entertainment