ଦିନଦ୍ୱିପ୍ରହରେ ବିଚ ରାସ୍ତାରେ ବ୍ୟକ୍ତିଙ୍କୁ ହାଣି ଟଙ୍କା ଲୁଟିନେଲେ ଲୁଟେରା
Khabar Odisha:State-Odisha-Loot-in-Khordha
ଖୋର୍ଦ୍ଧା, ମେ ୧୫(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ଲୁଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧାରେ ଚାରିଜଣ ଲୁଟେରା ଦିନବେଳେ ମଝି ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ହାଣି ଲକ୍ଷେଟଙ୍କା ଲୁଟ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଶ୍ରୀରାମପୁର ଠଣାପଲ୍ଲୀ ରାସ୍ତାରେ ଏକ ଲୁଟ ହୋଇଥିବା ଅଭିଯୋଗ ଆସିଛି । ଦିନ ଦ୍ୱିପ୍ରହରେ ଆଜି ସେହି ରାସ୍ତାରେ ବ୍ୟକ୍ତିଜଣକ ରାସ୍ତାରେ ଯାଉଥିବା ବେଳେ ଚାରିଜଣ ମୁଖାପିନ୍ଧା ଲୁଟେରା ବାଇକ ଯୋଗେ ଆସି ବ୍ୟକ୍ତିଙ୍କୁ ହାଣି ତାଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ବ୍ୟକ୍ତିଜଣକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀ ।

  • Tags:

Subscribe

National International State Sports Entertainment