ଝଡ଼ତୋଫାନରେ ଗଛ ପଡ଼ି ଯୁବତୀ ମୃତ
Khabar Odisha:State-Odisha-In-kalabaisakhi-Young-girl-dead6injured
କଳାହାଣ୍ଡି, ମେ ୨୬(ଖବର ଓଡ଼ିଶା):

କଳାହାଣ୍ଡ ଘୋଟିଆ ଗାଁରେ ଝଡ଼ତୋଫାନରୁ ଆମ୍ବତୋଟାରେ ଗଛ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗୁରୁତର ଓ ପାଂଚଜଣ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଘୋଟିଆ ଗାଁରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇଛି । ଏହାର ପ୍ରଭାବରେ ଆମ୍ବ ତୋଟାରେ ଗଛ ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ହେଲେ କମଳେ ରଣା । ଏହି ଘଟଣାରେ ଅନ୍ୟଜଣେ ଯୁବତୀ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ସାନ ଅଗ୍ରିଆ ଓ ସମସ୍ତ ଆହତଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । 

  • Tags:

Subscribe

National International State Sports Entertainment