ବଲାଙ୍ଗୀର ଓ ଭଦ୍ରକରେ ଅଗ୍ନି ନିରାପତ୍ତା ଯାଂଚ କରୁଛି ସ୍ୱତନ୍ତ୍ର ଟିମ
Khabar Odisha:State-Odisha-Fire-control-check-in-Bolangir-and-Bhadrak
ବଲାଙ୍ଗୀର, ଜୁନ ୧୨ (ଖବର ଓଡ଼ିଶା):

ସୁରାଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶାରେ ତତ୍ପରତା ପ୍ରକାଶ ପାଇଛି । ଟ୍ୱିନ ସିଟି ଯାଂଚ କରିବା ପରେ ବିଭିନ୍ନ ସହରର କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗ ଯାଂଚ ଜାରି ରହିଛି । ଆଜି ଭଦ୍ରକ ଓ ବଲାଙ୍ଗୀରରେ ଅଗ୍ନିଶମ ବିଭାଗର ଏକ ଟିମ ଯାଂଚ କରୁଛି ।

 ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟରରେ ଆଜି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଂଚ କରାଯାଉଛି ।  ଅଗ୍ନିଶମ ବିଭାଗର ଏକ ୧୨ଜଣିଆ ଟିମ ବଲାଙ୍ଗୀରର ସମସ୍ତ କୋଚିଂ ସେଣ୍ଟରରେ ଚଢାଉ କରିଛି । ଏହା ଅଗ୍ନିଶମ ଡ଼ିଆଇଜିଙ୍କ ନେତୃତ୍ୱରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଯାଂଚ ଚାଲିଛି । ଏହା ଭଦ୍ରକର ମଧ୍ୟ ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟରରେ ଯାଂଚ ଚାଲିଛି । କେତେକ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment