ବିଦ୍ୟୁତ ଆଘାତରେ ବାପା ମୃତ ପୁଅ ଗୁରୁତର, କ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ
Khabar Odisha:State-Odisha-1-dead-and-1injured-in-current-shock
ଢେଙ୍କାନାଳ,ଏପ୍ରିଲ ୧୯(ଖବର ଓଡ଼ିଶା):

ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛ ଓ ଜଣେ ଗୁରୁତର ହୋଇପଡ଼ିଛନ୍ତି  । ପରିବାରକୁ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଗେଙ୍ଗୁଟିଆ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ବାପା ଓ ପୁଅ ଘର ଛପର କରୁଥିବା ବେଳେ ଅଘଟଣ ଘଟଛି । ଘର ଉପରେ ଥିବା ବିଦ୍ୟୁତ ତାରରେ ଆଘାତ ପାଇ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି  । ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲକୁ ପଠାଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ  ହୋଇଯାଇଛି । ତେଣୁ ଉକ୍ତ ସ୍ଥାନରେ ପୋଲିସ ପହଂଚି ଉତ୍ୟକ୍ତଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳୁଛି ।

  • Tags:

Subscribe

National International State Sports Entertainment