କର ବା ମର ସ୍ଥିତିରେ କେକେଆର ସହିତ ଲଢିବ ବିରାଟ ଚ୍ୟାଲେଞ୍ଜର୍ସ
Khabar Odisha:Sports-cricket-odisha-kkr-vs-rcb-match-preview-virat-kohli-led-royal-challengers-will-seek-to-stay-play-Off
ବାଙ୍ଗାଲୋର, ଏପ୍ରିଲ ୧୯ (ଖବର ଓଡିଶା):

୮ଟି ମ୍ୟାଚରୁ ୭ଟି ପରାଜୟ ପରେ ଏକମାତ୍ର ବିଜୟ ହାସଲ କରିପାରିଛି । ଏହା ସହିତ ପ୍ଲେ ଅଫ ପାଇଁ କର ବା ମର ସ୍ଥିତିରେ ରହିଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଜି(ଶୁକ୍ରବାର) କେକେଆର ବିପକ୍ଷରେ ଆର୍‌ସିବି ତାର ନବମ ମ୍ୟାଚ ଖେଳିବ । ପ୍ଲେ ଅଫରେ ରହିବାକୁ ହେଲେ ଆରସିବିକୁ ଆଜିର ମ୍ୟାଚକୁ ଯେକୌଣସି ସ୍ଥିତିରେ ଜିତିବାକୁ ହେବ । 

ଅଭ୍ୟାସ ସମୟରେ କେକେଆରର ଟ୍ରମ୍ପକାର୍ଡ ଆଣ୍ଡ୍ରେ ରସେଲଙ୍କ ବାମ ହାତରେ ଆଘାତ ଲାଗିଛି । ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମଧ୍ୟ ରସେଲ ସମ୍ପୂର୍ଣ୍ଣ ଫିଟ୍ ନଥିଲେ, ପ୍ରଥମଥର ପାଇଁ ଫେଲ ମାରିଥିଲେ ସେ । ତେଣୁ ଏହାର ଫାଇଦା ଉଠାଇବାକୁ ଚାହିଁବ ଆରସିବି । ଆରସିବି ବିପକ୍ଷରେ ପ୍ରଥମ ମ୍ୟାଚରେ ମାତ୍ର ୧୩ଟି ବଲରେ ୪୮ ରନର ଇଂନିସ ଖେଳି ୨୦୬ ରନର ବିଜୟଲକ୍ଷ୍ୟକୁ ପିଛାକରି କେକେଆରକୁ ଜିତାଇଥିଲେ  । 

ପ୍ଲେ ଅଫରେ ପହଞ୍ଚିବା ପାଇଁ କେକେଆରକୁ ତାର ବାକିଥିବା ୬ଟି ମ୍ୟାଚରୁ ଅତି କମରେ ୪ଟି ମ୍ୟାଚ ଜିତିବାକୁ ପଡିବ । କେକେଆର ଏହି ମ୍ୟାଚଗୁଡିକ ମଧ୍ୟରୁ ତିନୋଟି ମ୍ୟାଚ ଇଡେନରେ ଖେଳିବ । ଅନ୍ୟପଟେ ନାଥାନ କୁଲଟର ନାଇଲଙ୍କ ବଦଳରେ ଡେଲ ଷ୍ଚେନ ଆରସିବିରେ ସାମିଲ ହୋଇଛନ୍ତି । ତାଙ୍କର ଉପସ୍ଥିତି ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ । 

ବିଶ୍ୱକପରେ ସ୍ଥାନ ପାଇବା ପରେ ଚର୍ଚ୍ଚାକୁ ଆସିଥିବା କେକେଆରର ଅଧିନାୟକ ଦିନେଶ୍ କାର୍ତ୍ତିକଙ୍କ ଉପରେ ସମସ୍ତଙ୍କର ନଜର ରହିବ । ତେବେ ବିରାଟ ବାହୀନି ପାଇଁ ଅନ୍ତିମ ସୁଯୋଗ ରହିବ । ପ୍ଲେ ଅଫ ସମ୍ଭାବନା ଦୌଡରେ ରହିବାକୁ ହେଲେ ଆରସିବିକୁ ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । 

Subscribe

National International State Sports Entertainment