ଦୁର୍ବ୍ୟବହାର ମାମଲାରେ ଫସିଥିବା ଭାରତୀୟ ଦଳର ମ୍ୟାନେଜରକୁ ସ୍ଵଦେଶ ଫେରିବାକୁ ଆଦେଶ
Khabar Odisha:Sports-cricket-odisha-india-manager-sunil-subramanium-called-back-from-west-indies-for-misbehaving-with-bureaucrats
ନୂଆଦିଲ୍ଲୀ,ଅଗଷ୍ଟ୧୪(ଖବର ଓଡ଼ିଶା):

 ଓ୍ଵେଷ୍ଟଇଣ୍ଡିଜରେ ଦୁର୍ବ୍ୟବହାର ମାମଲାରେ ଫସିଥିବା ଭାରତୀୟ ଦଳର ମ୍ୟାନେଜର ସୁନିଲ ସୁବ୍ରମଣ୍ୟମଙ୍କୁ ସ୍ଵଦେଶ ଫେରିବାକୁ କୁହାଯାଇଛି। ସୁବ୍ରମଣ୍ୟମଙ୍କୁ ୨୦୧୮ ଡିସେମ୍ବରରେ ଅଷ୍ଟ୍ରେଲିଆରେ ପର୍ଥ ଟେଷ୍ଟ ସମୟରେ ନିଜର ଖରାପ ବ୍ୟବହାର କାରଣରୁ ସମାଲୋଚନାର ଶିକାର  ହେବାକୁ ପଡ଼ିଥିଲା। ମାତ୍ର ସେଠାରୁ ସେ ବର୍ତ୍ତି ଯାଇଥିଲେ।

ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ତାଙ୍କ ଉପରେ ମ୍ୟାନେଜର ପଦ ପାଇଁ ନିର୍ବାଚନ ଲଢିବା ଉପରେ ରୋକ୍ ଲଗା ଯାଇଛି। ଏବେ ତାଙ୍କ ଉପରେ ଓ୍ଵେଷ୍ଟଇଣ୍ଡିଜରେ ଦୁର୍ବ୍ୟବହାର ଅଭିଯୋଗ ଆସିଛି। ଏହା ଭୁଲବଶତଃ ହୋଇଥିବା ସୁବ୍ରମଣ୍ୟମ କହିଛନ୍ତି। କିନ୍ତୁ ବିସିସିଆଇର ଶୀର୍ଷ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ସ୍ଵଦେଶ ଫେରିବା ଆବଶ୍ୟକ ଅଟେ। 

ଅଧିକାରୀ କହିଛନ୍ତି ମ୍ୟାନେଜରର ଭୂମିକା ପାଇଁ ଏହା ଦେଖିବା ଜରୁରୀ ଯେ କଣ ତାଙ୍କୁ ଏହି ପଦରେ ରଖାଯିବ ନା ହଟାଯିବ। ଏବେ ଏହା ଉପରେ ନିର୍ଭର କରେ ଯେ ସୁବ୍ରମଣ୍ୟମ ସ୍ଵଦେଶ ଫେରିବା ପରେ ଅଧିକାରୀ ତାଙ୍କର ତର୍କକୁ କେଉଁଭଳି ଭାବେ ନେବେ। ଭାରତୀୟ ଦଳର ମ୍ୟାନେଜର ରୂପେ ତାଙ୍କ ବିରୋଧରେ ଏହା ପ୍ରଥମ ଦୁର୍ବ୍ୟବହାର ମାମଲା ନୁହେଁ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଭାରତର ଦୁଇ ଉଚ୍ଚାୟୋଗକୁ କହିଥିଲେ ଯେ କ୍ୟାରିବିଆରେ ଯେଉଁ ବିଜ୍ଞାପନ କରାଯିବାର ଅଛି, ସେ ନେଇ ଟିମ୍ ମ୍ୟାନେଜର ସୁବ୍ରମଣ୍ୟମଙ୍କ ସହ ଯୋଗାଯୋଗ କରନ୍ତୁ। ମାତ୍ର ତ୍ରିନିଦାନ ଏବଂ ଟୋବାଗୋରେ ଉପସ୍ଥିତ ଭାରତୀୟ ଉଚ୍ଚାଯୋଗର ଅଧିକାରୀ ଯେବେ ସୁବ୍ରମଣ୍ୟମଙ୍କୁ ଯୋଗାଯୋଗ କଲେ ସେ ଏହା ଉପରେ ଗୁରୁତ୍ଵ ଦେଇ ନଥିଲେ। 

ଏହା ପୂର୍ବରୁ ବିସିସିଆଇର ଜଣେ ଅଧିକାରୀ କହିଥିଲେ ଯେ, ପୂର୍ବରୁ ମଧ୍ୟ ସୁବ୍ରମଣ୍ୟମଙ୍କ ଏହି ବ୍ୟବହାରକୁ ଅଣଦେଖା କରାଯାଇଥିଲା। ଏହି କାରଣରୁ ଆଜି ଏହି ପରି ସ୍ଥିତି ଉପୁଜିଛି। ଯଦି କଥା ଉଚ୍ଚାୟୋଗଙ୍କ ହୋଇନଥାନ୍ତା କିମ୍ବା ସିଓଏ ମୁଖ୍ୟ ବିନୋଦ ରାୟଙ୍କ ରାୟ ଉପରେ ଆଞ୍ଚ ଆସିନଥାନ୍ତା ତେବେ ପୂର୍ବ ପରି ଏହି ଘଟଣାକୁ ମଧ୍ୟ ଅଣଦେଖା କରାଯାଇଥାନ୍ତା। ପୂର୍ବରୁ ସୁବ୍ରମଣ୍ୟମଙ୍କ ବ୍ୟବହାରକୁ ଅଣଦେଖା କରାଯାଇଥିବାରୁ ତାଙ୍କର ଆଜି ଏହି ପରି ସାହାସ ବଢିଛି। 

Subscribe

National International State Sports Entertainment