ବିଶ୍ୱକପ ୨୦୧୯ରେ ନିଷ୍ପତ୍ତି ଦେବେ ୧୬ ଅମ୍ପାୟାର, ଆପଣ ଜାଣନ୍ତି କି ସେମାନେ କେତେ ଦରମା ନିଅନ୍ତି ?
Khabar Odisha:Sports-cricket-odisha-icc-cricket-world-cup-2019-umpires-salaries-and-profiles
ଇଂଲଣ୍ଡ, ମେ ୨୦ (ଖବର ଓଡିଶା):

କ୍ରିକେଟ ମ୍ୟାଚଗୁଡିକରେ ଅମ୍ପାୟାରମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ନିଷ୍ପତ୍ତି ହିଁ ଅନେକ ଗୁରୁତ୍ୱ ବହନ କରିଥାଏ । ଗୋଟିଏ ଭୁଲ ନିଷ୍ପତ୍ତି ଗୋଟିଏ ଦଳକୁ ବ୍ୟାକ୍‌ଫୁଟକୁ ପଠାଇ ଦେଇପାରେ । କିନ୍ତୁ ଏମାନଙ୍କ ବିଷୟରେ ସବୁଠାରୁ କମ୍ ଆଲୋଚନା ହୋଇଥାଏ । ଏମାନଙ୍କ ବିଷୟରେ ସେତେବେଳେ ଆଲୋଚନା ହୋଇଥାଏ ଯେବେ ଏମାନଙ୍କ ଦ୍ୱାରା କୌଣସି ଭୁଲ୍ ନିଷ୍ପତ୍ତି ହୋଇଯାଏ । ନଚେତ୍ ଏମାନଙ୍କର ରେକର୍ଡ, କ୍ୟାରିୟର ଏବଂ ଦରମାକୁ ନେଇ ବହୁତ କମ୍ ଚର୍ଚ୍ଚା ହୋଇଥାଏ । 

ଚଳିତବର୍ଷ ଆଇସିସି ବିଶ୍ୱକପ ୨୦୧୯ ପାଇଁ ୧୬ ଜଣ ଅନୁଭବି ଓ ପ୍ରଭାବଶାଳୀ ଅମ୍ପାୟାରଙ୍କୁ ଆଇସିସି ପକ୍ଷରୁ ଚୟନ କରାଯାଇଛି । ଅମ୍ପାୟାରିଂରେ ଏମାନଙ୍କର ରହିଛି ଦମ୍‌ଦାର ରେକର୍ଡ । ଏମାନଙ୍କ ଦରମା, କ୍ୟାରିୟର ଓ ରେକର୍ଡ ଉପରେ ଖବର ଓଡିଶାର ବିଶେଷ ଉପସ୍ଥାପନା.....

ଅଲୀମ୍ ଦାର୍(ପାକିସ୍ତାନ) : ବୟସ- ୫୦ ବର୍ଷ, କ୍ୟାରିୟର ଆରମ୍ଭ- ୧୬ ଫେବ୍ରୁଆରୀ ୨୦୦୦( ପାକିସ୍ତାନ ବନାମ ଶ୍ରୀଲଙ୍କା), ମ୍ୟାଚ ସଂଖ୍ୟା-(୧୨୫ ଟେଷ୍ଟ, ୨୦୦ ଦିନିକିଆ ଓ ୪୩ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨,୧୦,୮୭୪ ଟଙ୍କା, ଦିନିକିଆ ପାଇଁ-୧,୫୪,୬୪୧ ଟଙ୍କା, ଟି-୨୦ ପାଇଁ- ୭୦,୨୯୧ ଟଙ୍କା) । 

କୁମାର ଧର୍ମସେନା(ଶ୍ରୀଲଙ୍କା) : ବୟସ- ୪୮ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୯, ମ୍ୟାଚ ସଂଖ୍ୟା- (୬୦ ଟେଷ୍ଟ, ୯୫ ଦିନିକିଆ ଓ ୨୨ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା(ଗୋଟିଏ ଟେଷ୍ଟ ପାଇଁ- ୨ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ୧.୫୦ ଲକ୍ଷ ଟଙ୍କା, ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ମରାଇସ୍ ଇରାସ୍ମସ୍(ଦକ୍ଷିଣ ଆଫ୍ରିକା) : ବୟସ- ୫୫ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୬, ମ୍ୟାଚ ସଂଖ୍ୟା- (୫୫ ଟେଷ୍ଟ, ୮୨ ଦିନିକିଆ ଓ ୨୬ ଟି-୨୦) ବାର୍ଷିକ ଦରମା- ୨୪,୬୦,୨୦୨ ଟଙ୍କା(ଗୋଟିଏ ଟେଷ୍ଟ ପାଇଁ- ୨,୧୦,୮୭୪ ଟଙ୍କା, ଦିନିକିଆ ପାଇଁ- ୧,୫୪,୬୪୧ ଟଙ୍କା ଓ ଟି-୨୦ ପାଇଁ-୭୦,୨୯୧ ଟଙ୍କା) ।

କ୍ରିସ୍ ଗଫାନେ(ନ୍ୟୁଜିଲାଣ୍ଡ): ବୟସ- ୪୩ ବର୍ଷ, କ୍ୟାରିୟର ଆରମ୍ଭ- ୨୦୧୦, ମ୍ୟାଚ ସଂଖ୍ୟା-( ୨୭ ଟେଷ୍ଟ,୬୦ ଦିନିକିଆ ଓ ୨୦ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ରିଚାର୍ଡ ଇଲିଙ୍ଗୱର୍ଥ(ଇଂଲଣ୍ଡ) : ବୟସ- ୫୫ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୬(ପ୍ରଥମଶ୍ରେଣୀ),ମ୍ୟାଚ ସଂଖ୍ୟା-(୪୨ ଟେଷ୍ଟ, ୫୯ ଦିନିକିଆ ଓ ୧୬ ଟି-୨୦), ବାର୍ଷିକ ଦରମା-୨୪,୬୦,୨୦୨ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨,୧୦,୮୭୪ ଟଙ୍କା, ଦିନିକିଆ ପାଇଁ- ୧.୫୪ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) । 

ରିଚାର୍ଡ କେଟଲବରୋ(ଇଂଲଣ୍ଡ) : ବୟସ- ୪୬ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୨, ମ୍ୟାଚ ସଂଖ୍ୟା-( ୫୮ ଟେଷ୍ଟ,୭୮ ଦିନିକିଆ ଓ ୨୨ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ନାଇଜେଲ୍ ଲାଙ୍ଗ(ଇଂଲଣ୍ଡ) : ବୟସ- ୫୦ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୦, ମ୍ୟାଚ ସଂଖ୍ୟା-( ୫୬ ଟେଷ୍ଟ,୧୨୩ ଦିନିକିଆ ଓ ୩୨ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ଇଆନ ଗୌଲ୍ଡ(ଇଂଲଣ୍ଡ) : ମ୍ୟାଚ ସଂଖ୍ୟା-( ୭୪ ଟେଷ୍ଟ,୧୩୫ ଦିନିକିଆ ଓ ୩୭ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ବ୍ରୁସ୍ ଅକ୍ସେନଫୋର୍ଡ(ଅଷ୍ଟ୍ରେଲିଆ) : କ୍ୟାରିୟର ଆରମ୍ଭ- ୨୦୦୮, ମ୍ୟାଚ ସଂଖ୍ୟା-( ୫୫ ଟେଷ୍ଟ,୯୦ ଦିନିକିଆ ଓ ୨୦ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ସୁନ୍ଦରମ୍ ରବି(ଭାରତ) : ବୟସ- ୪୨ ବର୍ଷ, ମ୍ୟାଚ ସଂଖ୍ୟା-( ୩୩ ଟେଷ୍ଟ,୪୨ ଦିନିକିଆ ଓ ୧୮ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ପଲ୍ ରିଫେଲ୍(ଅଷ୍ଟ୍ରେଲିଆ) : ବୟସ- ୫୩ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୨, ମ୍ୟାଚ ସଂଖ୍ୟା-( ୪୩ ଟେଷ୍ଟ,୬୧ ଦିନିକିଆ ଓ ୧୬ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ରୋଡ୍ ଟକ୍କର(ଅଷ୍ଟ୍ରେଲିଆ) : ବୟସ- ୫୪ ବର୍ଷ, ମ୍ୟାଚ ସଂଖ୍ୟା-( ୬୭ ଟେଷ୍ଟ,୭୮ ଦିନିକିଆ ଓ ୩୫ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ଜୋଇଲ୍ ୱିଲସନ(ତ୍ରିନିଦାଦ୍ ଓ ଟବାଗୋ) : ମ୍ୟାଚ ସଂଖ୍ୟା-( ୧୩ ଟେଷ୍ଟ, ୫୮ ଦିନିକିଆ ଓ ୨୬ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ମାଇକେଲ ଗଗ୍(ଇଲଣ୍ଡ) : ବୟସ- ୩୯ ବର୍ଷ, କ୍ୟାରିୟର ଆରମ୍ଭ- ୨୦୦୬, ମ୍ୟାଚ ସଂଖ୍ୟା-( ୯ ଟେଷ୍ଟ,୫୨ ଦିନିକିଆ ଓ ୧୪ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ରୁଚିରା ପଲ୍ଲିୟାଗୁରଗେ(ଶ୍ରୀଲଙ୍କା) : ବୟସ- ୫୧ ବର୍ଷ, କ୍ୟାରିୟର ଆରମ୍ଭ- ୨୦୧୧, ମ୍ୟାଚ ସଂଖ୍ୟା-( ୨ ଟେଷ୍ଟ,୭୧ ଦିନିକିଆ ଓ ୩୨ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) ।

ପଲ୍ ୱିଲସନ୍(ଅଷ୍ଟ୍ରେଲିଆ) : ମ୍ୟାଚ ସଂଖ୍ୟା-( ୨୩ ଦିନିକିଆ ଓ ୧୧ ଟି-୨୦), ବାର୍ଷିକ ଦରମା- ୩୧,୬୩,୧୧୭ ଟଙ୍କା (ଗୋଟିଏ ଟେଷ୍ଟ ପାଇଁ- ୨ ଲକ୍ଷ ୧୦ ଟଙ୍କା, ଦିନିକିଆ ପାଇଁ- ଦେଢ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ- ୭୦ ହଜାର ଟଙ୍କା) । 

Subscribe

National International State Sports Entertainment