କ୍ରିକେଟରୁ ଅବସର ନେବା ପରେ ଧୋନୀ କ୍ରିକେଟ୍ ନୁହେଁ, କରିବେ ଏହି କାମ
Khabar Odisha:Sports-cricket-odisha-dhoni-wants-to-fulfil-dream-of-becoming-painter-post-retirement
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

 କ୍ରିକେଟରୁ ଅବସର ନେବା ପରେ ଭାରତର ପୂର୍ବତନ ମହାନ ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନୀ କଣ କରିବେ ? ତାକୁ ନେଇ ଏବେଠୁ ଆଲୋଚନା ହେଉଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଧୋନୀ। ମହେନ୍ଦ୍ର ସିଂହ ଧୋନୀ ନିଜର ପିଲା ଦିନର ସ୍ଵପ୍ନ ବିଷୟରେ ଉଲ୍ଲେଖ କରି ସେ ଚିତ୍ରକାର ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ନିଜର ଏହି ସଉକକୁ ପୂରା କରିବାକୁ ଚାହିଁବେ। ତାଙ୍କର ଏହି ବୟାନ ପରେ ଧୋନୀ କ୍ରିକେଟରୁ ଅବସର ନେବାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଆଇସିସି ବିଶ୍ଵ କପ ପରେ ସନ୍ନ୍ୟାସ ନେବାର ସମ୍ଭାବନାର ଆଲୋଚନା ମଧ୍ୟରେ ଧୋନୀ ନିଜର କିଛି ପେଟିଂ ପ୍ରଦର୍ଶନ କରିଛନ୍ତି। 

ଏହାର ଏକ ଭିଡିଓରେ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ ଏକ ଗୋପନୀୟ କଥା କହିବାକୁ ଚାହୁଁଛି। ପିଲାବେଳେ ଏକ ଚିତ୍ରକାର ହେବାକୁ ଚାହୁଁଥିଲି। ମୁଁ ବହୁତ କ୍ରିକେଟ୍ ଖେଳିଲି ଏବଂ ଏବେ ନିଷ୍ପତ୍ତି ନେଇଛି ଯେ ଏବେ ଏହି ସ୍ଵପ୍ନ ପୂରଣ କରିବାର ସମୟ ଆସି ଯାଇଛି। ଏଥିପାଇଁ କିଛି ପେଣ୍ଟିଂ ପ୍ରସ୍ତୁତ କରିଛି।

ଭାରତର ଟି ୨୦ ଓ ଦିନିକିଆ ବିଶ୍ଵ କପ ବିଜେତା ଦଳର ଅଧିନାୟକ ୩୭ ବର୍ଷୀୟ ଧୋନୀ କ୍ରିକେଟ୍ ମହାକୁମ୍ଭରେ କମାଲ କରିବାକୁ ପ୍ରସ୍ତୁତ। ଏହା ତାଙ୍କର ଅନ୍ତିମ ବିଶ୍ଵ କପ ହୋଇପାରେ। ତାଙ୍କର ପ୍ରଥମ ପେଣ୍ଟିଂ ପ୍ରାକୃତିକ ଦୃଶ୍ୟ ଉପରେ ପର୍ଯ୍ୟବେଶିତ। ଦ୍ଵିତୀୟ ପେଣ୍ଟିଂ ବିଷୟରେ ସେ କହିଛନ୍ତି ଯେ, ଏହା ଏମିତି ଏକ ଯାହା ଭବିଷ୍ୟତରେ ପରିବହନର ସାଧନ ହୋଇପାରେ।

ଧୋନୀ ତୃତୀୟ ପେଣ୍ଟିଂକୁ ନିଜର ମନ ପସନ୍ଦର ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କର ପ୍ରତିକୃତି ଅଟେ, ଯେଉଁଥିରେ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପରକିଙ୍ଗ୍ସର  ଜର୍ସି ପିନ୍ଧି ଖେଳୁଥିବା ଦେଖିବାକୁ ମିଳିଛି। ସେ ଶୀଘ୍ର ନିଜର ଚିତ୍ରକୁ  ପ୍ରଦର୍ଶନୀରେ ସାମିଲ କରାଇବେ। ଏଥିପାଇଁ ଏହି ବିଷୟରେ ସେ ନିଜର ପ୍ରଶଂସକଙ୍କଠୁ ପ୍ରସ୍ତାବ ଓ ପରାମର୍ଶ ମାଗିଛନ୍ତି।  

Subscribe

National International State Sports Entertainment